କଣ୍ଟାବାଞ୍ଜି, (ବାଘୁଆବାର୍ତ୍ତା): ଯୁବକଙ୍କୁ ମାଡ ମାରି ଲୁଟି ନେଲେ ୩ ଲକ୍ଷ। ମୁରିବାହାଲ ଥାନା ଘୁସୁରାମୁଣ୍ଡା ଗାଁ ଛକ ନିକଟରେ ଏପରି ଘଟଣା ଘଟିଛି। ଜଣେ ବାଇକ ଆରୋହିଙ୍କୁ ଆକ୍ରମଣ କରି ୩ ଲକ୍ଷ ଟଂକା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ମୁରିବାହାଲ ଓ କଂଟାବାଞ୍ଜି ଥାନା ଅଧିକାରି ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ମୁରିବାହାଲ ଥାନା ପଙ୍ଗନିଆ ଗାଁର ବିଜୟ କୁମାର ନାଗ ମୁରିବାହାଲରେ କିଓସ୍କୋ ବ୍ୟାଙ୍କ ଚଲାଉଛନ୍ତି । ତେବେ ସବୁ ଦିନ ପରି ଆଜି ମଧ୍ୟ ସେ ଟଙ୍କା ଧରି ନିଜ ବାଇକରେ ଯାଉଥିଲେ। ପୂର୍ବରୁ ଏକ ଗଛ ତଳେ ଲୁଚି ରହିଥିବା ଡକାୟତ ଠେଙ୍ଗାରେ ବିଜୟଙ୍କୁ ଆକ୍ରମଣ କରିଥିଲେ । ବିଜୟ ତଳେ ପଡି ଯାଇଥିବା ବେଳେ ତାଙ୍କ ପାଖରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗ ଲୁଟି ନେଇଥିଲେ । ବ୍ୟାଗ ରେ ୩ ଲକ୍ଷ ଟଂକା ଥିବା ବିଜୟ କହିଛନ୍ତି । ବିଜୟ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି।





