Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିର୍ବାଚନ ଜିତିଲେ ପଞ୍ଜାବକୁ ମାଗଣାରେ ବିଦ୍ୟୁତ

by ସଞ୍ଜୟ ସ୍ୱାଇଁ
June 28, 2021
in Feature News
ନିର୍ବାଚନ ଜିତିଲେ ପଞ୍ଜାବକୁ ମାଗଣାରେ ବିଦ୍ୟୁତ
86
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି କିଛି ଦିନ ତଳେ ଘୋଷଣା କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ଏବେ ନିର୍ବାଚନକୁ ଆଖି ଆଗରେ ରଖି ଆଉ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ | ଯଦି ୨୦୨୨ନିର୍ବାଚନ ଜିତି ଆପ ସରକାର ଗଢେ ତେବେ ପଞ୍ଜାବବାସୀଙ୍କୁ ମାଗଣାରେ ବିଦ୍ୟୁତ ଯୋଗାଇ ଦିଆଯିବ | କରିଥିବା ଟୁଇଟରେ ସେ ଲେଖିଛନ୍ତି ଯେ, ଦିଲ୍ଲୀରେ ଆମେ ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇଦେଉଛୁ | ମହିଳାମାନେ ବହୁତ ଖୁସି ଅଛନ୍ତି | ପଞ୍ଜାବର ମହିଳାମାନେ ଏନେଇ ଅତ୍ୟନ୍ତ ଅସନ୍ତୁଷ୍ଟ। ପଞ୍ଜାବରେ ଆପ ସରକାର ଗଢିଲେ ମାଗଣା ବିଦ୍ୟୁତ୍ ଯୋଗାଇ ଦେବ। ଆସନ୍ତାକାଲି ଚଣ୍ଡିଗଡ଼ରେ ଦେଖା ହେବ ବୋଲି ସେ ଲେଖିଛନ୍ତି | ଅନ୍ୟପକ୍ଷରେ ଆସନ୍ତା ନିର୍ବାଚନରେ ଦଳର ମୁଖ୍ୟମନ୍ତ୍ରୀ କିଏ ହେବେ ବୋଲି ପଚରାଯାଇଥିବା ବେଳେ ଶ୍ରୀ କେଜ୍ରିୱାଲ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଦଳରେ ଆଲୋଚନା ଚାଲିଛି, ସମୟ ଆସିଲେ ଆପଣଙ୍କୁ ସୂଚନା ଦିଆଯିବ। କିନ୍ତୁ ଗୋଟିଏ କଥା ମୁଁ ଆପଣଙ୍କୁ କହିପାରେ ଯେ ପୁରା ପଞ୍ଜାବ ତାଙ୍କ ପାଇଁ ଗର୍ବିତ ହେବ | ଗୋଟିଏ କଥା ନିଶ୍ଚିତ ଯେ ଆପର ମୁଖ୍ୟମନ୍ତ୍ରୀ ଶିଖ ସମ୍ପ୍ରଦାୟରୁ ଜଣେ ହେବ |

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!