ଓଡ଼ଗାଁ,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳ ଗଞ୍ଜାମ ସୀମାନ୍ତବର୍ତ୍ତି ଅଞ୍ଚଳ ହେଉଥିବାରୁ କୋଭିଡ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି ।ଏହି ଅବସରରେ ଓଡ଼ଗାଁ ଏନ.ଏସିର କିଛି ଅମାନିଆ ଦୋକାନୀ କୋଭିଡ ୧୯ ନିୟମକୁ ଉଲ୍ଲଂଘନ କରି ବ୍ୟବସାୟ କରୁଛନ୍ତି ।ଏହାକୁ ନଜରରେ ରଖି ପ୍ରଶାସନ ତରଫରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି ।ବିଶେଷ କରି ଏନ.ଏସି ତରଫରୁ ସାଧାରଣ ଜନତାଙ୍କ ଆବଶ୍ୟକତା ଲକ୍ଷ୍ୟ କରି ପ୍ରତ୍ୟେକ ୱାର୍ଡ ନିମନ୍ତେ ଜରୁରୀସାମଗ୍ରୀ କିଣିବା ନିମନ୍ତେ ନିର୍ଦ୍ଦିଷ୍ଟ କିଛି ଦୋକାନୀଙ୍କୁ ଅନୁମତି ଦିଆଯାଇଛି ।ଓଡ଼ଗାଁ ପରିବାବଜାରରେ ହେଉଥିବା ଗହଳିକୁ ରୋକିବା ପାଇଁ ମହୋତ୍ସବ ପଡିଆ ମଧ୍ୟରେ ଅସ୍ଥାୟୀ ପରିବା ହାଟ ମଧ୍ୟ ଖୋଲାଯାଇଛି।କିନ୍ତୁ କିଛି ଦୋକାନୀ ଏହାକୁ ବାରମ୍ବାର ଉଲ୍ଲଂଘନ କରିବା ହେତୁ ଆଜି ଓଡ଼ଗାଁ ପରିବାମାର୍କେଟ ସମେତ ବଜାର ମଧ୍ୟରେ ଚଡାଉ କରି ମୋଟ ୨୧,୯୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।ଆଜିର ଚଡାଉରେ ଓଡ଼ଗାଁ ଏନ.ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତିମିଶ୍ରଙ୍କ ସମେତ ଓଡ଼ଗାଁ ଆଦର୍ଶ ଥାନା ଅଧିକାରିଣୀ ପ୍ରଜ୍ଞା ପାରମିତା ଜେନା,ଏବଂ ଓଡ଼ଗାଁ ଏନ.ଏସିର କର୍ମଚାରୀମାନେ ସାମିଲ ଥିଲେ ।ଆଗାମୀ ଦିନରେ ଅମାନିଆମାନେ ଯଦି ନିୟମ ଉଲ୍ଲଂଘନ କରନ୍ତି ସମ୍ପୂର୍ଣ୍ଣ ଦୋକାନକୁ ସିଲ କରାଯିବ ବୋଲି ଏନ.ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତି ମିଶ୍ର ଚେତାବନୀ ଦେଇଛନ୍ତି ।






