Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାରି ନକଲି ଡାକ୍ତର ଗିରଫ

by ସଞ୍ଜୟ ସ୍ୱାଇଁ
June 28, 2021
in Feature News
ଚାରି ନକଲି ଡାକ୍ତର ଗିରଫ
240
VIEWS
Share on FacebookShare on Twitter

ଚିତ୍ରକୋଣ୍ଡା,(ବାଘୁଆବାର୍ତ୍ତା): ଆଜି ଚାରିଜଣ ନକଲି ଡାକ୍ତରଙ୍କୁ ଗିରଫ କରିବାରେ ସଫଳ ହୋଇଛି ଚିତ୍ରକୋଣ୍ଡା ପୁଲିସ। ଏହି ଚାରିଜଣ ନକଲି ଡାକ୍ତର ବିନା କୌଣସି ଡ଼ାକ୍ତରୀ ଡିଗ୍ରି କିମ୍ବା ଲାଇସେନ୍ସ ନଥାଇ ଚିତ୍ରକୋଣ୍ଡା ସମେତ ସ୍ୱାଭିମାନ ଅଂଚଳରେ ବିଭିନ୍ନ ଗାଁ ଗାଁ ବୁଲି ଲୋକଙ୍କୁ ଚିକିତ୍ସା ବାହାନାରେ ଠକୁଥିଲେ । ଏହି ନକଲି ଡାକ୍ତରଙ୍କ କଥା ଏହି ଅଂଚଳ ପାଇଁ ନୂଆ ନୁହେଁ । ଆଗରୁ ଏଭଳି ଅନେକ ଥର ଘଟିଛି ଚିତ୍ରକୋଣ୍ଡା ଅଂଚଳରେ। ଚିତ୍ରକୋଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନ ଯଥା ପାପଲୁର, ଜାନବାଇ, ଯୋଡାଆମ୍ବ ଠାରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି ଓ ମୋବାଇଲ ହେଲଥ ୟୁନିଟ ଦ୍ୱାରା ପ୍ରତ୍ୟକ ମାସରେ ଗାଁ ଗାଁକୁ ଯାଇ ଲୋକଙ୍କୁ ଚିକିତ୍ସା କରାଯାଉଥିଲେ ମଧ୍ୟ ଏବେବି ଏହି ଅଂଚଳରେ ବସବାସ କରୁଥିବା ନିରୀହ ଲୋକେ ଏହି ନକଲି ଡାକ୍ତରଙ୍କ ପାଖରେ ଚିକିତ୍ସିତ ହୋଇ ବିପଦରେ ପଡୁଛନ୍ତି । ନକଲି ଡାକ୍ତରଙ୍କ ପାଖରେ ଚିକିତ୍ସା ସମ୍ବନ୍ଧିତ କୌଣସି ପ୍ରମାଣ ପତ୍ର ନଥିଲେ ମଧ୍ୟ ବହୁ ସଂଖ୍ୟାରେ ଏଭଳି ନକଲି ଡାକ୍ତର ସ୍ୱାଭିମାନ ଅଂଚଳରେ କ୍ଲିନିକ ଖୋଲି ସାପ୍ତାହିକ ହାଟରେ  ଓ  ଗାଁ ଗାଁ ବୁଲି ଲୋକଙ୍କୁ ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି । ଏ ନେଇ ଚିତ୍ରକୋଣ୍ଡା ଥାନାରେ  ଭିନ୍ନ ଭିନ୍ନ ଦଫାରେ ଚାରିଜଣ ନକଲି ଡାକ୍ତରଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ବହୁ ଔଷଧ ଜବତ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ହେଲେ ବିପିନ ଚନ୍ଦ୍ର ନାୟକ ବେହେରା,(୬୦) ଗ୍ରାମ ଡାଇକ ୩, ବିଶ୍ଵଦେଵ ସରକାର(୨୭) ଗ୍ରାମ ତେନ୍ତୁଲିୟା ପଶ୍ଚିମବଙ୍ଗ, ସୁଫଳ ବିଶ୍ୱାସ(୩୬) ଗ୍ରାମ ତେନ୍ତୁଳିୟା ପଶ୍ଚିମବଙ୍ଗ, ପଳାସ ରାୟ(୪୬) ଗ୍ରାମ ଗୋପାଳପୁର ପଶ୍ଚିମବଙ୍ଗ। ଚିତ୍ରକୋଣ୍ଡା ଥାନା କେଶ ନଂ ୮୩/୮୪/୮୫/୮୬ ଅନୁଯାଇ ଗିରଫ ଚାରିଜଣଙ୍କୁ କୋର୍ଟରେ ହାଜର କାରାଯାଇଛି ଓ ଆଗକୁ ଏହି ଅଭିଯାନକୁ ଆହୁରି ଜୋର କରାଯିବ ବୋଲି  ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ପ୍ରକାଶ କରିଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!