ଓଡ଼ଗାଁ(ବାଘୁଆବାର୍ତ୍ତା):ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତା ନିଯୁକ୍ତ କରାଯିବା ସହ ପୂର୍ନଗଠନ କରାଯାଇଛି । ବିଜେଡିର ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମହିଳା ସଂଗଠନରେ ନୂଆ କର୍ମକର୍ତ୍ତାଙ୍କ ତାଲିକା ଘୋଷଣା କରିଛନ୍ତି । ମହିଳା ଶାଖାର ରାଜ୍ୟ ସଭାପତି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରସ୍ଥାବ କ୍ରମେ ଏହି ପଦକ୍ଷେପ ନିଆଯାଇଛି ।
ଠିକ ସେହିପରି ନୟାଗଡ଼ ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାପତି ଭାବେ ବିରଜାଲକ୍ଷ୍ମୀ ସାହୁଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ବିରଜାଲକ୍ଷ୍ମୀ ପୂର୍ବରୁ ଓଡ଼ଗାଁ ବ୍ଲକ ଚେୟାରମ୍ୟାନ ଏବଂ ବର୍ତ୍ତମାନ ଭାଇସ ଚେୟାରମ୍ୟାନ ଭାବେ କାର୍ଯ୍ୟ କରୁଛନ୍ତି ।ଏହି ପରିପ୍ରେକ୍ଷୀରେ ନବନିଯୁକ୍ତ ମହିଳା ଜନତା ଦଳ ସଭାପତି ବିରଜାଲକ୍ଷ୍ମୀ ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଜୁ ମହିଳା ଶାଖା ରାଜ୍ୟ ସଭାପତି ସ୍ନେହାଙ୍ଗିନୀ ଛୁରିଆ ତଥା ନୟାଗଡ଼ ବିଧାୟକ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।ଶ୍ରୀମତୀ ସାହୁଙ୍କ ପରି ଜଣେ ବଳିଷ୍ଠ ନେତ୍ରୀଙ୍କୁ ଜିଲ୍ଲା ସଭାନେତ୍ରୀ ପଦବୀ ଦେବା ପରେ ବିଜେଡ଼ି ଦଳ ଜିଲ୍ଲାରେ ଆହୁରି ସଂଗଠିତ ଏବଂ ସୁଦୃଢ଼ ହେବ ବୋଲି ଆଶାପ୍ରକଟ କରାଯାଉଅଛି ।ମହିଳା ମିଶନ ଶକ୍ତି ଜରିଆରେ ସମଗ୍ର ରାଜ୍ୟର ୭୦ଲକ୍ଷ ମହିଳାମାନଙ୍କୁ ସାମିଲ କରାଯାଇଛି ।ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଭାବେ ମହିଳାମାନଙ୍କୁ ୩୩% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ବିଶେଷ କରି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନେ ନିଜେ ସ୍ୱାବଲମ୍ବନଶୀଳ ହେବାରେ ସକ୍ଷମ ହୋଇପାରିଛନ୍ତି ଆଗାମୀ ଦିନରେ ମଧ୍ୟ ନୟାଗଡ଼ ଜିଲ୍ଲା ମହିଳା ଜନତା ଦଳକୁ ସୁସଂଗଠିତ କରାଯିବ ସହ ସମଗ୍ର ନୟାଗଡ଼ଜିଲ୍ଲାର ମହିଳା’ମା ମାନଙ୍କ ବିକାଶ ପାଇଁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ନବନିଯୁକ୍ତ ସଭାପତି ବିରଜାଲକ୍ଷ୍ମୀ ସାହୁ କହିଛନ୍ତି ।ସୂଚନାଯୋଗ୍ୟ ଯେ ପୂର୍ବରୁ ଜିଲ୍ଲା ମହିଳା ଜନତା ଦଳ ସଭାପତି ଭାବେ କାର୍ଯ୍ୟ କରୁଥିବା ମାଳତୀଗୁରୁ ବର୍ତ୍ତମାନ ରାଜ୍ୟ ମହିଳା ଜନତା ଦଳ ଶାଖା ଉପସଭାପତି ଭାବେ ନିଯୁକ୍ତି ପାଇଛନ୍ତି ।






