ନୟାଗଡ଼ (ବାଘୁଆବାର୍ତ୍ତା): ସୁନ୍ଦର ସ୍ୱାସ୍ଥ୍ୟ, ଉଜ୍ଜ୍ୱଳ ତ୍ୱଚା ଏବଂ ଉତଫୁଲିତ ଚିତ୍ତ ପାଇଁ ଦୈନିକ ପ୍ରାୟ ଆଠ ଗ୍ଲାସ ପାରି ପିଇବା ଉଚିତ ବୋଲି ବିଶ୍ୱର ଶ୍ରେଷ୍ଠ ମଡେଲ ଓ ସୌନ୍ଦର୍ୟ୍ୟ ବିଶାରଦମାନେ ମତ ବ୍ୟକ୍ତ କରିଆସୁଛନ୍ତି । ଏଥିପାଇଁ ମହିଳାମାନେ ପ୍ରତିଦ୍ୱନ୍ଦିତାମୂଳକ ଭାବରେ ଯେତେ ସମ୍ଭବ ମିନେରାଲ ୱାଟର ଉଦରସ୍ତ କରିବାରେ ବ୍ୟସ୍ତ । ଯଦି ଏହାଦ୍ୱାରା ସ୍ୱାସ୍ଥ୍ୟର ଉନ୍ନତି ହୁଏ ବୋଲି କୁହାଯାଏ ତେବେ ଆପଣ ନିଶ୍ଚିତ ଉତ୍ସାହିତ ହୋଇ ଏହି ପରିମାଣ ୨/୩ ଗୁଣ ବଢ଼ାଇ ନେଲେ ଏହା ଆହୁରି ସୁଫଳ ପ୍ରଦାନ କରିବ ବୋଲି ଚିନ୍ତା କରିପାରନ୍ତି । ଏଣୁ ସ୍ୱାସ୍ଥ୍ୟ – ସଚେତନ ବ୍ୟକ୍ତିମାନେ ଏହି ସୁଫଳ ପାଇବା ପାଇଁ ଗ୍ଲାସ ପରେ ଗ୍ଲାସ ପାଣି ପିଇବା ପାଇଁ ଅଭ୍ୟାସ କରିପାରନ୍ତି । କିନ୍ତୁ ଏହା ସତ୍ୟ ଅନେକ ଲୋକ ଯଥେଷ୍ଟ ପାଣି ପିଇ ନଥାନ୍ତି । ଏଣୁ ସେମାନେ ଜଳଶୂନ୍ୟତାର ଶିକାର ହୁଅନ୍ତି । କିନ୍ତୁ ଏହା ସତ୍ୟ ଯେ ଅତ୍ୟଧିକ ପାଣି ପିଇବା ଦ୍ୱାରା ଏହା ଖାଦ୍ୟରେ ଥିବା ସୋଡିୟମ ଆଦି ମିନେରାଲକୁ ମିଳାଇ ଦେଇଥାଏ । କିନ୍ତୁ ଶରୀର ସନ୍ତୁଳନ ପାଇଁ ଏହି ମିନେରାଲ ଆବଶ୍ୟକତା ଅପରିହାର୍ୟ୍ୟ । ଅନେକ କ୍ଷେତ୍ରରେ ଅତ୍ୟାଧିକ ଜଳପାନ ଦ୍ୱାରା ଏହା ଖାଦ୍ୟର ଉପରୋକ୍ତ ନିର୍ବାଚିତ ପରିମାଣକୁ ଅନ୍ୟ ଭାବରେ ବଦଳାଇ ଆପଣଙ୍କ ହୃଦସ୍ପନ୍ଦନ କିମ୍ବା ଫୁସଫୁସ ଅଚଳ କରି ଦେଇପାରେ । ଅନ୍ୟ ପକ୍ଷରେ ଯଦି ଆପଣଙ୍କ ଖାଦ୍ୟରେ ଯଥେଷ୍ଟ ପରିମାଣରେ ଲବଣ ନାହିଁ ତେବେ ଆପଣ ଅଯଥାରେ ୮ ଗ୍ଲାସ ପାଣି ପିଇ ସମୟ ନଷ୍ଟ କରୁଛନ୍ତି । ଗୁଡ଼ ହେଲଥ କିପିଙ୍ଗ ଅର୍ଗାନାଇଜେସନର ପ୍ରତିଷ୍ଠାତା ବା ପିଟନ ମାନ୍ସ ଫିଲ୍ଡ କୁହନ୍ତି ଯେ, ଅନେକ ସ୍ୱାସ୍ଥ୍ୟ – ସଚେତନ ବ୍ୟକ୍ତି ସେମାନଙ୍କ ଖାଦ୍ୟରେ ଲବଣ ପରିମାଣ କମାଇ ଦେଇଛନ୍ତି । ଏଣୁ ସେମାନେ ଯେତେ ପାଣି ପିଇଲେ ମଧ୍ୟ ଜଳ ଶୂନ୍ୟତାର ଶିକାର ହେବେ । ସେ କମ ଲୁଣ ଖାଉଥିବା ବ୍ୟକ୍ତିଙ୍କୁ ସତର୍କ କରାଇ ଦେଇ କହିଛନ୍ତିଯେ ଶରୀରରେ ଅତ୍ୟଧିକ ଲବଣ କିଡନୀ ବାଟେ ନିଷ୍କାଷିତ ହୋଇଥାଏ । ଏଣୁ ଜଳଶୂନ୍ୟତାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ ମୋର ଅନୁରୋଧ ସେମାନେ ଦୈନିକ ପ୍ରାୟ ଏକ ଚାମଚ ଲୁଣ ଖାଇବା ଉଚିତ । ତେବେ ଯାଇ ୮ ଗ୍ଲାସ ପାଣି ପିଇଲେ ଏହା ଶରୀରକୁ ସୁଫଳ ପ୍ରଦାନ କରି ପାରିବ । ଶରୀରର କାର୍ୟ୍ୟ ପାଇଁ ଜଳ ନିତ୍ରାନ୍ତ ଆବଶ୍ୟକ ହୋଇଥିବା ସ୍ଥଳେ ଅତ୍ୟଧିକ ଜଳପାନ ସହବାସ ପ୍ରବୃତ୍ତି ବୃଦ୍ଧି କରେ । ପିଇବା ପାଣିରେ ‘ପ୍ରେଷ୍ଟିସାଇଡ’ ଏବଂ ‘ଆଣ୍ଟିବାଓଟିକ’ ସହ ପ୍ରାୟ ୮ ଶହ ପ୍ରକାର କେମିକାଲ୍ସ ମିଶି ରହିଥାଏ । ଏଥିରେ ଥିବା ‘ନାଇଟ୍ରେଟ’ ଅନ୍ୟ କେମିକାଲ୍ସ ସହିତ ମିଶି ହଜମ ଶକ୍ତିରେ ବାଧା ସୃଷ୍ଟି କରିବା ସହିତ ଏଥିରେ ଥିବା ଆଲୁମିନିୟମ ‘ଆଜଜେମର’ ରୋଗ ସୃଷ୍ଟି ପାଇଁ ସହାୟକ ହୁଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟ୍ୟାପ ପାଣି ୫୭ ପ୍ରକାର ସ୍ୱାଦଯୁକ୍ତ ହୋଇଥିବା ବେଳେ ମିନେରାଲ ୱାଟର ମାତ୍ର ୧୫ ପ୍ରକାର ସ୍ୱାଦଯୁକ୍ତ ହୋଇଥାଏ । କେତେକ ବିଶାରଦଙ୍କ ମତରେ ଇରୋପ ଷ୍ଟାଣ୍ଡାଡ ମିନେରାଲ ୱାଟରଠାରୁ ଟ୍ୟାପ ସପ୍ଲାଇ ୱାଟର ଶରୀର ପାଇଁ ଅଧିକ ଉପଯୋଗୀ । ପ୍ଲାଷ୍ଟିକ ବୋତଲରେ ମିଳୁଥିବା ପାଣି କେମିକାଲଯୁକ୍ତ ହୋଇଥିବାରୁ ଅନେକଙ୍କ ଶରୀରରେ ଏହାଦ୍ୱାରା ହରମୋନ କ୍ଷରଣ ଜନିତ ବାଧା ସୃଷ୍ଟି ହୋଇଥାଏ । ଏଣୁ ଆପଣ ଉପରୋକ୍ତ ସମସ୍ତ ସମସ୍ୟାରୁ ମୁକ୍ତି ପାଇଁ ଯେତେ ଇଚ୍ଛା ସେତେ ପାଣି ନ ପିଇ ଦୈନିକ ମାତ୍ର ୮ ଗ୍ଲାସ ପାଣି ପିଅନ୍ତୁ । ଯଦି ଆପଣ କୌଣସି ଏକ୍ସରସାଇଜ କରୁଛନ୍ତି ତେବେ ପାଣିର ପରିମାଣ ସାମାନ୍ୟ ବୃଦ୍ଧି କରି ପାରନ୍ତି । ଆପଣ କେତେ ପାଣି ପିଇବେ କିପରି ଜାଣିବେ – : ଯଦି ଆପଣ ଠିକ ପରିମାଣର ପାଣି ପିଉଥିବେ, ତେବେ ଆପଣଙ୍କ ପରିସ୍ରା ହାଲକା ହଳଦିଆ ରଙ୍ଗର ହେବ । ଯଦି ଆପଣଙ୍କ ପରିସ୍ରା ଗାଡ଼ ହଳଦିଆ ରଂଗର ହେଉଛି ତେବେ ଆପଣ ଆଉ ଅଧିକ ପାଣି ପିଅନ୍ତୁ । ଆପଣ ଗୋଟିଏ ହାତ ଟେବୁଲ ଉପରେ ଚଟକା ଭାବରେ ରଖି ହାତରେ ତଳ ଚୁମୁଟନ୍ତ, ଯଦି ଏହି ଚିମୁଟା ଜନିତ କଷ୍ଟ ଶୀଘ୍ର ଲାଘବ ହେଉଛି ତେବେ ଆପଣ ଠିକ ପରିମାଣରେ ପାଣି ପିଉଛନ୍ତି । ଯଦି ଏହି କଷ୍ଟ ଅଧିକ ସମୟ ଅନୁଭୂତ ହେଉଛି ତେବେ ଆପଣ ଜଳ ଶୂନ୍ୟତାର ଶିକାର ହୋଇଛଡ଼୍ତି । ପିଇବା ପରିମାଣ ବଢ଼ାଇ ଦିଅନ୍ତୁ । ଚା, କଫି, ହାଲକା ପାନୀୟ ଜଳ ପରି ଶରୀର ପାଇଁ ହିତକାରୀ ନୁହେଁ । ଜୁସ, ଔଷଧୀୟ ଚା, ଶରୀରରୁ ଅଧିକ ଜଳୀୟ ଅଂଶ ନିଷ୍କାସନରେ ସାହାର୍ୟ୍ୟ କରି ଜଳଶୂନ୍ୟତା ସୃଷ୍ଟି କରେ । ଅତ୍ୟଧିକ ଥଣ୍ଡା ପାଣି ବ୍ୟବହାର କରନ୍ତୁ ନାହିଁ । ଏହା ଓଜନ ବୃଦ୍ଧି ଘଟାଏ । ଖାଇବା ସମୟରେ ପାଣି ପିଅନ୍ତୁ ନାହିଁ । ଏହା ଦ୍ୱାରା ଖାଦ୍ୟ ଠିକ ସମୟରେ ହଜମ ହୁଏନାହିଁ ଏବଂ ଶରୀର ଆବଶ୍ୟକ ମୁତାବକ ଖଣିଜ ପଦାର୍ଥ ଏବଂ ଖାଦ୍ୟ ସାର ଗ୍ରହଣ କରିପାରେ ନାହିଁ ।





