ଓଡ଼ଗାଁ,(ବାଘୁଆବାର୍ତ୍ତା) : ବହୁ ପ୍ରତୀକ୍ଷାର ଅନ୍ତ ପରେ ବାହାରିଛି ମାଟ୍ରିକ ପରୀକ୍ଷା ଫଳ । ସମଗ୍ର ଜିଲ୍ଲାରେ ପାସହାର ୯୮.୧୭% ରହିଥିବା ବେଳେ ଓଡ଼ଗାଁ ବ୍ଲକରେ ୯୮.୫୨% ରହି ଅଛି । ଓଡ଼ଗାଁ ବ୍ଲକରେ ଚଳିତବର୍ଷ ୪୧ ଟି ହାଇସ୍କୁଲରୁ ରେଗୁଲାର ଏବଂ ଏକ୍ସରେଗୁଲାରରେ ମୋଟ ୨୪୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କୁ ମଧ୍ୟରୁ ୨୦୫୯ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୩୬ ଜଣ ଅକୃତ କାର୍ଯ୍ୟ ହୋଇଛନ୍ତି। ଏ- ଗ୍ରେଡରେ ୧୬,ଏ-୨ରେ ୯୨ଜଣ,ବି-୧ରେ ୧୯୮ଜଣ,ବି-୨ରେ ୩୫୪ଜଣ,ସି-ରେ ୪୭୪ଜଣ,ଡି-ରେ ୪୬୯,ଏବଂ ଇ-ରେ ସମୁଦାୟ ୪୦୦ଜଣ ପାସ୍ କରିଛନ୍ତି ବୋଲି ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ ସୂଚନା ଦେଇଛନ୍ତି। ଓଡ଼ଗାଁ ବ୍ଲକ ଶରଣକୁଳ କେ.ଏସ.ବି ,ସ୍କୁଲ ଭିକାରିପଡାର ଛାତ୍ର ଜଗନଜ୍ୟୋତି ସାହୁ ସମୁଦାୟ ୬୦୦ମାର୍କରୁ ୫୬୨ ନମ୍ବର ରଖି ଓଡ଼ଗାଁ ବ୍ଲକ ଟପ୍ପର ହେବାରେ ସକ୍ଷମ ହୋଇଥିବା ବେଳେ ଓଡ଼ଗାଁ ରଘୁନାଥ ବିଦ୍ୟାପୀଠ ଛାତ୍ର ଶୁଭଙ୍କର ସାହୁ ୫୫୬ ନମ୍ବର ରଖି ଦ୍ଵିତୀୟ ସ୍ଥାନ ଏବଂ କେ.ଏସ.ବି ଛାତ୍ରୀ ସୌମ୍ୟଶ୍ରୀ ମହାପାତ୍ର ୫୫୫ ନମ୍ବର ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି ।କୃତିଛାତ୍ରଛାତ୍ରୀ ଏହି ସଫଳତା ପଛରେ ତାଙ୍କ ମା,ବାପା ଏବଂ ଗୁରୁଜନ ବିଶେଷ କରି ଶିକ୍ଷକ ମାନଙ୍କର ଆଶୀର୍ବାଦ ରହିଛି ବୋଲି ସେ କହିଛନ୍ତି। ନିଜର କଠିନ ଅଧ୍ୟବସାୟ ଫଳରେ ସେ ଆଜି ଏହି ସ୍ତରରେ ପହଞ୍ଚି ପାରିଛନ୍ତି ।






