Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆକ୍ରମଣକାରୀକୁ ଅନୁକମ୍ପା, ଥାନା ଆଗରେ ଶୋଇଲେ ସାମ୍ବାଦିକ

by ସଞ୍ଜୟ ସ୍ୱାଇଁ
June 25, 2021
in Feature News
ଆକ୍ରମଣକାରୀକୁ ଅନୁକମ୍ପା, ଥାନା ଆଗରେ ଶୋଇଲେ ସାମ୍ବାଦିକ
868
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ତ୍ୱରିତ କାର୍ଯ୍ୟାନୁଷ୍ଠନ ଦାବିରେ ଜିଲ୍ଲା ସାମ୍ୱାଦିକମାନେ ଧାରଣା ଦେଇଛନ୍ତି। ମାତ୍ରା ପୁଲିସ୍ କାର୍ଯ୍ୟାନୁଷ୍ଠନ ବଦଳରେ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହୋଇଛି। ସାମ୍ୱାଦିକମାନେ ଥାନା ସାମ୍ନାରେ ତମ୍ବୁ ପକାଇ ରାତ୍ରିଯାପନ ପାଇଁ ନିଷ୍ପତି ନେଇଛନ୍ତି । ଆଜି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଆଡ଼କଟାରୁ ଆଜି ବିପୁଳ ପରିମାଣର ନକଲି ମଦ ଜବତ ହୋଇଛି । ଯାହାକୁ ନେଇ ମଦ ଦୋକାନରେ ଥିବା ସମସ୍ତ ମଦକୁ ଜବତ କରାଯାଇ ନୟାଗଡ଼ରେ ଥିବା କାର୍ଯ୍ୟାଳୟକୁ ଅଣା ଯାଇଥିଲା । ମଦ ଜବତ ସମ୍ପର୍କରେ ଖବର ସଂଗ୍ରହ ପାଇଁ ନୟାଗଡ଼ର ବରିଷ୍ଠ ସାମ୍ବାଦିକ ବୈଦ୍ୟ ଭୂଷଣ ମହାପାତ୍ର ଏବଂ ଲୋକନାଥ ମିଶ୍ର ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ଅବକାରୀ ଅଧିକ୍ଷକ ଦିବ୍ୟ କିଶୋର ଦଣ୍ଡେଲ ଜବତ ମଦ ମୋବାଇଲ ସ୍ୱାର୍ଡ଼ କାର୍ଯ୍ୟାଳୟରେ ତନଖି ଏବଂ ମୁଲ୍ୟାୟନ କରା ଯାଇଥିବା ସୂଚନା ଦେଉଥିଲେ । ଦୁଇ ସାମ୍ବାଦିକ କାର୍ଯ୍ୟାଳୟର ଠିକଣା ନେଇ ସେଠାରେ ପହଞ୍ଚି ଫଟୋ ଏବଂ ଭିଡିଓ ଉତ୍ତୋଳନ କରିବା ସମୟରେ କାର୍ଯ୍ୟରତ ଏସଆଇ ଧନଞ୍ଜୟ ପାତ୍ର ଏବଂ ଅନ୍ୟ ଜଣେ କନେଷ୍ଟବଳ ତରବରିଆ ଭାବେ ମଦ ପେଟି ଭିତରକୁ ଭିଡ଼ି ନେଇ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ । କାର୍ଯ୍ୟାଳୟ ପରିସରରୁ ସାମ୍ବାଦିକ ବୈଦ୍ୟଭୂଷଣଙ୍କୁ ଏସଆଇ ଠେଲି ବାହାର କରି ଦେବା ସହ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ପାଇଁ ଅବକାରୀ ଅଧିକ୍ଷକଙ୍କ ନିକଟରେ ଦାବି କରାଯାଇଛି । ଅବକାରୀ ଅଧିକ୍ଷକ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଟାଉନଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ କରିବା ସହ ଆକ୍ରମଣ କରିଥିବା ଏସଆଇଙ୍କୁ ଥାନାକୁ ନେଇ ଅଟକ ରଖିଥିଲେ। ଏସଆଇଙ୍କୁ ତୁରନ୍ତ ଗିରଫ ପାଇଁ ଦାବି ହୋଇଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!