ଭୁବନେଶ୍ୱର,(ବାଘୁଆବାର୍ତ୍ତା): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । କଟକସ୍ଥିତ ମୁଖ୍ୟ କାର୍ୟ୍ୟାଳୟରେ ମାଟ୍ରିକ ପରୀକ୍ଷା (ରେଗୁଲାର ଓ ଏକ୍ସ ରେଗୁଲାଲ) ସହିତ ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ମଧ୍ୟ ଏକାସାଙ୍ଗରେ ପ୍ରକାଶ ପାଇଛି । ଚଳିତ ବର୍ଷ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପରୀକ୍ଷାର୍ଥୀମାନେ ସଂଧ୍ୟା ୬ଟା ପରଠୁ ଅନ୍ଲାଇନ୍ରେ ସେମାନଙ୍କର ପରୀକ୍ଷାଫଳ ଜାଣିପାରିବେ। ବୋର୍ଡର ୱେବସାଇଟ୍ www.bseodisha.ac.in ଏବଂ www.bseodisha.nic.inରୁ ପରୀକ୍ଷାଫଳକୁ ଡାଉନଲୋଡ କରାଯାଇପାରିବ। ଯେଉଁ ଅଞ୍ଚଳରେ ଯଦି ଇଣ୍ଟରନେଟ୍ ସୁବିଧା ନଥାଏ, ତାହେଲେ ମୋବାଇଲ ମେସେଜ ଜରିଆରେ ମଧ୍ୟ ପରୀକ୍ଷାଫଳ ଜାଣିହେବ। ମୋବାଇଲ୍ରେ OR01 ଟାଇପ୍ କରି ୫୬୭୬୭୫୦ ନମ୍ବରକୁ ମେସେଜ ପଠାଇଲେ ପରୀକ୍ଷାଫଳ ମୋବାଇଲ୍କୁ ମେସେଜ ଜରିଆରେ ଆସିଯିବ ବୋଲି ବୋର୍ଡ ସଭାପତି ରମାଶିଷ ହାଜରା ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି। ସନ୍ଧ୍ୟା ୬ଟାରେ ୱେବ୍ସାଇଟରୁ ନିଜର ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ।






