Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୃଷି-ବ୍ୟବସାୟ ଓ କୃଷି ଉଦ୍ୟୋଗର ସୁଦୃଢ଼ୀକରଣ ନିମନ୍ତେ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ

by ସଞ୍ଜୟ ସ୍ୱାଇଁ
June 24, 2021
in Feature News
କୃଷି-ବ୍ୟବସାୟ ଓ କୃଷି ଉଦ୍ୟୋଗର ସୁଦୃଢ଼ୀକରଣ ନିମନ୍ତେ  ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ
146
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତି୍ରପାଠୀଙ୍କ ଅଧ୍ୟକ୍ଷତାରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟପାଳନ ଓ ସମବାୟ ବିଭାଗ ସମେତ ନାବାର୍ଡକୁ ନେଇ ଏକ କୃଷି ବ୍ୟବସାୟ ଓ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ପାଇଁ ଏକ ମିଳିତ ଖସଡ଼ା ପ୍ରସ୍ତୁତି ପାଇଁ ବୈଠକ ଆହୂତ ହୋଇଯାଇଛି । କୃଷି ଅର୍ଥନୀତି ପ୍ରଧାନ ଆମ ରାଜ୍ୟ କୃଷିର ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ସତ୍ତେ୍ୱ ଆମର ମୁଣ୍ଡପିଛା ଆୟ ଜାତୀୟ ହାରଠାରୁ ନିମ୍ନରେ ରହିଥିବା ଦୃଷ୍ଟିକୋଣରୁ କୃଷି କ୍ଷେତ୍ରକୁ ଅଧିକ ପାରଦର୍ଶୀ ଓ ସୁଦୃଢ଼ କରିବା ଉପରେ ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଛି । କୃଷି, କୃଷି ଉଦ୍ୟାନ, ମତ୍ସ୍ୟ ପାଳନ ବିଭାଗ ଦୀର୍ଘସୂତ୍ରୀ ଯୋଜନା ପରିବର୍ତ୍ତେ ସ୍ୱଳ୍ପ ମିଆଦୀ ଯୋଜନା ପ୍ରସ୍ତୁତ କରିବା, କାର୍ଯ୍ୟକ୍ରମ ପରିଚାଳନା ଓ ସଫଳତା ହାସଲ ଦିଗରେ ରହିଥିବା ଆହ୍ୱାନ ଓ ସମସ୍ୟା ଉପରେ ଅଧିକ ଦୃଷ୍ଟି ନିକ୍ଷେପ କରିବା ସହିତ କ’ଣସବୁ କରାଯିବା ଆବଶ୍ୟକ ରହିଛି ତାହା ପ୍ରକାଶ କରିବାକୁ ଶ୍ରୀ ତି୍ରପାଠୀ ପରାମର୍ଶ ଦେଇଥିଲେ । ସେ ଏହି ବିଭାଗଗୁଡ଼ିକର ନିର୍ଦ୍ଦେଶକମାନେ କ୍ଷେତ୍ରୀୟ ସ୍ତରରେ କି ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ତାକୁ କିପରି ସମାଧାନ କରିହେବ ତାହା ଉପସ୍ଥାପନ କରିବା ନିମନ୍ତେ କହିଥିଲେ । ମତ୍ସ୍ୟ ପାଳନ କ୍ଷେତ୍ରରେ ଆମେ ଉନ୍ନତ ପ୍ରଦର୍ଶନ କରିଛୁ ଏପରିକି ମଧୁର ଜଳ ମାଛଚାଷ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ମଧ୍ୟ ଉପକୂଳ ଜିଲ୍ଲାଗୁଡ଼ିକଠାରୁ ଭଲ ପ୍ରଦର୍ଶନ କରିଥିବା ବୈଠକରେ ମତ୍ସ୍ୟ ନିର୍ଦ୍ଦେଶକ କହିଥିଲେ । ଏବେ ବାୟୋ-ଫ୍ଲକ୍‌ର ଚାହିଦା ବଢ଼ିବା ଏବଂ ଏହା ସଫଳ ହେବା ସମସ୍ତଙ୍କୁ ଉତ୍ସାହିତ କରିଛି ବୋଲି କହିଥିଲେ । ହୀରାକୁଦ ଜଳଭଣ୍ଡାରରେ ଏହା ବିଶେଷ ସଫଳ ହୋଇଥିବା ଉପସ୍ଥାପନବେଳେ ଦର୍ଶାଯାଇଛି । ସେହିପରି ଉଦ୍ୟାନକୃଷି କ୍ଷେତ୍ରରେ ମୟୂରଭଞ୍ଜ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ ଓ କନ୍ଧମାଳ ଆଗୁଆ ରହିଥିବା କୁହାଯାଇଛି । ଓଡ଼ିଶା କନ୍ଦମୂଳ ଉତ୍ପାଦନରେ ଦେଶରେ ପ୍ରଥମ, କାଜୁରେ ତୃତୀୟ ଏବଂ ଆମ୍ବ ଉତ୍ପାଦନରେ ପଞ୍ଚମ ସ୍ଥାନରେ ରହିଛି । ତେବେ ଆମ୍ବ ଫସଲ ଉପରେ ଅଧିକ ଗୁରୁତ୍ୱ ନଦେଇ ପିଜୁଳି, ଜାମୁକୋଳି, ବରକୋଳି ଆଦି ଫସଲ ଚାଷ କରିବାକୁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ଚାଷୀଙ୍କୁ ପ୍ରୋତ୍ସାହିତ ଓ ବଜାର ସୃଷ୍ଟି କ୍ଷେତ୍ରରେ ପେଶାଦାର ବ୍ୟକ୍ତିଙ୍କୁ ନିଯୁକ୍ତି ଦେଲେ ମାର୍କେଟିଂ ସଂଯୋଗରେ ଉଲ୍ଲେଖନୀୟ ପ୍ରଗତି ହୋଇପାରନ୍ତା ବୋଲି ପ୍ରସ୍ତାବ ଦିଆଯାଇଥିଲା । ତେବେ ବ୍ୟାଙ୍କ ଋଣ ପ୍ରଦାନରେ ଓଡ଼ିଶା ଦେଶରେ ସର୍ବନିମ୍ନରେ ରହିଥିବା ଦର୍ଶାଇ ଅଧ୍ୟକ୍ଷ ଉଦ୍‌ବେଗ ପ୍ରକାଶ କରିଥିଲେ । ନାବାର୍ଡ ସେ ଦିଗରେ ଅଧିକ ଦୃଷ୍ଟି ଦେବାକୁ କୁହାଯାଇଥିଲା । କର୍ମଚାରୀ ଅଭାବଜନିତ ସମସ୍ୟାର ମୁକାବିଲା ପାଇଁ ପେଶାଦାର ଟିମ୍‌ ଗଠନ କରି ଆବଶ୍ୟକୀୟ ସ୍ଥଳକୁ ପଠାଗଲେ ଏହି ସମସ୍ୟାକୁ କିଛିଟା ଏଡାଯାଇ ପାରନ୍ତା ବୋଲି ମତ ପ୍ରକାଶ ପାଇଥିଲା । ବିଭାଗୀୟ ସଚିବମାନେ ନିଜ ଅଧିନରେ କାର୍ଯ୍ୟରତ ନିର୍ଦ୍ଦେଶକ ଓ ନିଗମର କର୍ମକର୍ତ୍ତାମାନଙ୍କୁ ନେଇ ନିଜ ସ୍ତରରେ ପ୍ରଥମେ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି । ଆଜିର ଏହି ବୈଠକରେ କୃଷି ଉତ୍ପାଦନ କମିଶନର ଶ୍ରୀ ଆର୍‌.କେ. ଶର୍ମା, କୃଷି ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ମତ୍ସ୍ୟ ବିଭାଗ ପ୍ରମୁଖ ସଚିବ ଶ୍ରୀ ଆର୍‌, ରଘୁପ୍ରସାଦ, କୃଷି ନିର୍ଦ୍ଦେଶକ ଶ୍ରୀ ଏମ୍‌. ମୁଥୁକୁମାର, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡର ସଦସ୍ୟାସଚିବ ମାନସୀ ନିମ୍ବାଲ, ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ, ଏଜିଏମ୍‌ ନାବାର୍ଡ ଶ୍ରୀ କମଳ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!