ଭୁବନେଶ୍ୱର (ବାଘୁଆବାର୍ତ୍ତା): କ୍ଷୀର ଏକ ସମ୍ପୂର୍ଣ୍ଣ ଖାଦ୍ୟ ଭାବରେ ବିବେଚନା କରାଯାଏ କାରଣ ଏଥିରେ କ୍ୟାଲସିୟମ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଭରପୂର ରହିଥାଏ । ସବୁ ବୟସରେ ଶରୀରର ବିକାସ, ରକ୍ଷଣାବେକ୍ଷଣ ଏବଂ ବୃଦ୍ଧି ପାଇଁ କ୍ଷୀର ଅତ୍ୟନ୍ତ ଜରୁରୀ । କେହି କ୍ଷୀରରେ ହଳଦୀ ମିଶାଇ ପିଇଥାନ୍ତି ତ ଆଉ କେହି ମୀଲ୍କସେକ୍ ତିଆରି କରି ପିଇବାକୁ ପସନ୍ଦ କରିଥାନ୍ତି । କ୍ଷୀର ପିଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । କ୍ଷୀର ହୃଦ୍ରୋଗ, କ୍ୟାନ୍ସର୍, ମେଦବହୁଳତା ଏବଂ ମଧୁମେହ ଭଳି ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ । ବଜାରରେ ଅନେକ ପ୍ରକାରର କ୍ଷୀର ଉପଲବ୍ଧ ଏବଂ ସେଗୁଡ଼ିକର ନିଜସ୍ୱ ଲାଭ ମଧ୍ୟ ରହିଛି । କିନ୍ତୁ ଏହି ସମୟରେ ଲୋକମାନେ ସୋୟା କ୍ଷୀରକୁ ବହୁତ ପସନ୍ଦ କରୁଛନ୍ତି ଯାହାର ନିଜସ୍ୱ ଭିନ୍ନ ଲାଭ ରହିଛି । ସୋୟା କ୍ଷୀରରେ ସୋୟାବିନ୍ ଏବଂ ସୋୟା ପ୍ରୋଟିନ୍ ଭରପୂର ରହିଥାଏ । ଏଥିରେ ଗାଈ କ୍ଷୀର ପରି ପ୍ରୋଟିନ୍, ଫ୍ୟାଟ୍, କାର୍ବୋହାଇଡ୍ରେଟ୍, ଏବଂ ଆମିନୋ ଏସିଡ୍ ରହିଥାଏ ଯାହାକି ଏକ ସମ୍ପୂର୍ଣ୍ଣ ପ୍ରୋଟିନ୍ ଭାବରେ କାମ କରିଥାଏ । ଗାଈର କ୍ଷୀରରେ ପ୍ରୋଟିନ୍ ଏବଂ ଫ୍ୟାଟ୍ ସହିତ କାର୍ବସ୍ ମିଳିଥାଏ, କିନ୍ତୁ ସୋୟା କ୍ଷୀରରେ ଗାଈର କ୍ଷୀର ଅପେକ୍ଷା ଅଧିକ ପୋଷକ ତତ୍ତ୍ୱ ରହିଥାଏ । ସାଧା କ୍ଷୀର ଅନୁଯାୟୀ ସୋୟା କ୍ଷୀରରେ ଅଧିକ କ୍ୟାଲସିୟମ୍ ରହିଥାଏ । ଏଥିରେ କ୍ୟାଲୋରୀରେ ମାତ୍ରା କମ୍ ରହିଥାଏ । ସୋୟା କ୍ଷୀରରେ ମିଳୁଥିବା ଆଣ୍ଟି-କର୍କିନୋଜେନିକ୍ ଗୁଣ କ୍ୟାନ୍ସର୍ ରୋଗର ଆଶଙ୍କା ହ୍ରାସ କରିଥାଏ । ପ୍ରତିଦିନ ଏକ ଗ୍ଲାସ ସୋୟା କ୍ଷୀର ପିଇଲେ ଶରୀରରେ ପ୍ରଚୁର ପୋଷକ ତତ୍ତ୍ୱ ମିଳିଥାଏ । ସୋୟା କ୍ଷୀର ପିଇବା ଦ୍ୱାରା ଦୁର୍ବଳତା ଏବଂ ଥକାପଣ ଦୂର ହୁଏ ଏବଂ ଦିନସାରା ଶରୀରରେ ଶକ୍ତି ରହିଥାଏ । ସୋୟା କ୍ଷୀରରେ ଥିବା ଆଇରନ୍ ଶରୀରରେ ରକ୍ତ ଅଭାବକୁ ଦୂର କରିଥାଏ ଏବଂ ଏହା ରକ୍ତହୀନତାରେ ମଧ୍ୟ ଆରାମ ଦେଇଥାଏ । ସୋୟା କ୍ଷୀର ପିଇବା ଦ୍ୱାରା ଚର୍ବି କମିଥାଏ । ହୃତପିଣ୍ଡକୁ ସୁସ୍ଥ ରଖିବା ସହିତ ସୋୟା କ୍ଷୀର ଶରୀରରେ ଖରାପ କୋଲେଷ୍ଟ୍ରଲ ମଧ୍ୟ ହ୍ରାସ କରିଥାଏ ।





