ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବରିଷ୍ଠ ଆଇ.ପି.ଏସ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର। ଯଶୋବନ୍ତ ଜେଠୱା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ। ସେହିପରି ଲଳିତ ଦାସ ହେଲେ ଗୁଇନ୍ଦା ନିର୍ଦ୍ଦେଶକ। ସଂଜୀବ ପଣ୍ଡା ହେଲେ କ୍ରାଇମବ୍ରାଞ୍ଚ ଏଡିଜି। ରାଧାକୃଷ୍ଣ ଶର୍ମା ହେଲେ ଆଇନଶୃଙ୍ଖଳା ଏଡିଜି। ଅରୁଣ ବୋଥ୍ରା ହେଲେ ପରିବହନ କମିଶନର। ଅସିତ ପାଣିଗ୍ରାହୀ ହେଲେ ଆଇଜି ଭିଜିଲାନ୍ସ ଓ ସୁଧାଂଶୁ ଷଡ଼ଙ୍ଗୀ ହେଲେ ଗୃହ ବିଭାଗ ଓଏସ୍ଡି ଭାବେ ନିଯୁକ୍ତି ପାଇଛନ୍ତି।





