ବାଙ୍ଗାଲୋର, (ବାଘୁଆବାର୍ତ୍ତା): ମାରପିଟ୍ ଭିଡିଓକୁ ନେଇ ବିବାଦରେ ଛନ୍ଦି ହୋଇଥିବା ଟ୍ୟୁଟର ଇଣ୍ଡିଆର ମୁଖ୍ୟ ମନୀଷ ମାହେଶ୍ୱରୀଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଯୋଗାଇ ଦେଇଛନ୍ତି । ଲୋନି ମାରପିଟ ଘଟଣାରେ ଗାଜିଆବାଦ ପୁଲିସ୍ ମନୀର୍ଷ୍କ ବିରୋଧରେ କୌଣସି ପ୍ରକାରର ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାନୁସାରେ, ଜଣେ ମୁସିଲିମ୍ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ଘଟଣାର ଭିଡିଓ ଟ୍ୟୁଟରରେ ଭାଇରାଲ ହୋଇଥିଲା । ଏହି ଭିଡିଓ ନକଲି ବୋଲି ପୁଲିସ୍ କହିବା ସହ ଏହାକୁ ଶେୟାର କରିଥିବା ବିଭିନ୍ନ ବ୍ୟକ୍ତିମାନଙ୍କ ସହ ଟ୍ୟୁଟର ବିରୋଧରେ ମାମଲା ହୋଇଥିଲା । ଏନେଇ ଘାଜିଆବାଦ ପୁଲିସ୍ ମନୀଷକୁ ନୋଟିସ୍ ଜାରି କରିଥିଲା । ନୋଟିସରେ ବ୍ୟକ୍ତିଗତ ଭାବେ ଜୁନ୍ ୨୪ରେ ଲୋନି ବର୍ଡର ପୁଲିସ୍ ଷ୍ଟେସନରେ ହାଜର ହେବାକୁ କହିଥିଲେ ।





