ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କେନ୍ଦ୍ର ସରକାରଙ୍କ ନୂତନ ଆଇଟି ନିୟମ ଅନୁସାରେ, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ ଏବଂ ଟ୍ୟୁଟରରେ ଥିବା ଫେକ୍ ଆଇଡି ଅକାମି ହେବାକୁ ଯାଉଛି । ଏଥିରେ ଅନେକ ବଡ଼ ବଡ଼ ବ୍ୟକ୍ତି କଂପାନୀର ନାଁ ଓ ଫଟୋ ଲଗାଇ ମଧ୍ୟ ସୋଶିଆଲ ମିଡିଆରେ ୟୁଜର ଆଇଡି କରିଛନ୍ତି । ବର୍ତ୍ତମାନ ଏହି ଆକାଉଣ୍ଟକୁ ସୋଶିଆଲ ମିଡିଆରୁ ହଟାଇବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି । ଏ ସଂକ୍ରାନ୍ତରେ ମଧ୍ୟ କେନ୍ଦ୍ର ସରକାର ସୋଶିଆଲ ମିଡିଆର କଂପାନୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୪ଘଣ୍ଟା ମହଲତ ଭିତରେ ଫେକ୍ ୟୁଜର ଗୁଡିକ ବନ୍ଦ କରିବା ପାଇଁ କହିଛନ୍ତି କେନ୍ଦ୍ର ସରକାର । ଫେକ୍ ୟୁଜର ସୋଶିଆଲ ମିଡିଆରୁ ବନ୍ଦ ହୋଇଗଲେ ଘୁରି ବୁଲୁଥିବା ବିଭିନ୍ନ ପ୍ରକାରର ଗୁଜବ ଉପରେ ରୋକ୍ ଲାଗି ପାରିବ ବୋଲି କେନ୍ଦ୍ର ସରକାର ଆଶାବ୍ୟକ୍ତ । ସୂଚନାନୁସାରେ, ବଡ଼ ବଡ଼ ବ୍ୟକ୍ତିତ୍ୱମାନଙ୍କ ନାମକୁ ବ୍ୟବହାର କରି ସୋଶିଆଲ ମିଡିଆରେ ୟୁଜର ଆଇଡି ତିଆରି ହେଉଛି । ଏଭଳି ଅନ୍ୟ ଜଣେ କରିବା ଦ୍ୱାରା ସେହି ଲୋକଙ୍କର ବିଭିନ୍ନ ସମୟରେ ସମ୍ମାନହାନୀ ହେଉଛି । ଆଉ କେତେକ ଅଛନ୍ତି ସୋଶିଆଲ ମିଡିଆରେ ଅନ୍ୟାନ୍ୟ କାର୍ଯ୍ୟ କରୁଛନ୍ତି । ଫେକ୍ ଆଇଡି ଜରିଆରେ ଚାନ୍ଦ ଭାଦା ଉଠାଉଥିବା ମଧ୍ୟ ନଜିର ରହିଛି । ଯାହାକୁ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଆଇଟି ନିୟମ ଅନୁଯାୟୀ ଜଣେ ୟୁଜରଙ୍କୁ ତାଙ୍କ ଆକାଉଣ୍ଟ ଭେରିଫାଇ କରିବାକୁ ସୁଯୋଗ ଦିଆଯିବା ଦରକାର ।





