ନୟାଗଡ଼, (ବାଘୁଆବାର୍ତ୍ତା): ଖରାରେ ଅଧିକ ସମୟ ରହିଲେ ରଙ୍ଗ କଳା ପଡିଯାଏ । ଦୀର୍ଘଦିନ ଧରି ବେମାର ପଡିଲେ ମଧ୍ୟ ରଙ୍ଗ କଳା ଦିଶେ । ଯଦି ଖାଇବା ପିଇବା ଠିକ ହେଉ ନାହିଁ ତେବେ ରଙ୍ଗ କଳା ପଡିଯିବ । ତେଣୁ ରଙ୍ଗ କାହିଁକି କଳା ପଡିଯାଉଛି ଏହାର କାରଣ ପ୍ରଥମେ ଜାଣନ୍ତୁ । ଖରାରେ ବାହାରକୁ ଗଲେ ବିନା ସନସ୍କ୍ରିନରେ ଯାଆନ୍ତୁ ନାହିଁ । ଖାଇବା ବେଳେ ମୌସମ ଅନୁଯାୟୀ ଫଳ, ସାଲାଡ, ସବଜି ଓ କ୍ଷୀର ଆଦି ଖାଆନ୍ତୁ । ଆଖି ଉପରେ ଆଳୁ ଚେକା ଚେକା କରି କାଟି ରଖନ୍ତୁ ଓ ସକାଳେ ସଧ୍ୟାରେ କୌଣସି ଭଲ କମ୍ପାନୀର ଆଇ କ୍ରିମ ମାଲିସ କରନ୍ତୁ । କଞ୍ଚା ଗାଈ କ୍ଷୀରରେ ଅଣ୍ଡାର କେଶର ଗୋଳାଇ ମୁହଁରେ ଦୁଇଥର ମାରନ୍ତୁ । ମସୁର ଡାଲି, ଶୁଖିଲା କମଳା ଚୋପା ଗୁଣ୍ଡ, ଯଅ ଅଟା ମିଶାଇ ଏହି ମିକ୍ଶ୍ଚରରେ ଦୁଇ ଚାମଚ ଗାଈ କ୍ଷୀର ମିଶାଇ ଗୋଳାଇ ଦିଅନ୍ତୁ । ଚେହେରାରେ ଏହା ଲଗାଇ ପାଞ୍ଚ ମିନିଟ ପରେ ହାତରେ ରଗଡି ଛଡାଇ ଦିଅନ୍ତୁ । ତା’ ପରେ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ । ତ୍ୱଚାକୁ ରୁଖା ହେବାରୁ ବଞ୍ଚାଇବା ପାଇଁ ଯଥେଷ୍ଟ ପାଣି ପିଅନ୍ତୁ । ଦିନରେ କିଛିଥର ମୁହଁକୁ ଥଣ୍ଡା ପାରିରେ ଭଲ ଭାବରେ ଧୁଅନ୍ତୁ । ମୁହଁରେ ଦାଗ ଥିଲେ, ତାକୁ ସଫା କରିବା ଲାଗି ଲେମ୍ବୁ ଚୋପାରେ ଚିନିର କିଛି ଦାନା ପକାଇ ମୁହଁରେ ହାଲୁକା ଭାବେ ତ୍ୱଚାରେ ଘଷନ୍ତୁ । ମୁହଁ ପରିଷ୍କାର କରିବା ଲାଗି କଞ୍ଚାକ୍ଷୀରର ପ୍ରୟୋଗ କରିପାରନ୍ତି । ଘରେ ଯଦି ବିୟର ବା ବ୍ରାଣ୍ଡି ଥାଏ, ତେବେ ତୁଳାରେ କିଛି ବୁନ୍ଦା ବ୍ରାଣ୍ଡି ପକାଇ ମୁହଁ ଓ ବେକ ସଫା କରିପାରନ୍ତି । ଟମାଟୋ ଖଣ୍ଡଟିଏ ନେଇ ମୁହଁରେ ମସାଜ କଲେ, ମୁହଁର ସେଲାମ ଛିଦ୍ରରେ ଲୁଚି ରହିଥିବା ମଇଳା ବାହାରି ଆସେ ଏବଂ ମୁହଁ ଉଜ୍ଜ୍ୱଳ ଦିଶେ ।ମୁହଁକୁ ପରିଷ୍କାର କରିବା ପାଇଁ ଦହିରେ ଲେମ୍ବୁ ଓ ଗ୍ଳିସେରିନ କିଛି ବୁନ୍ଦା ପକାଇ ମୁହଁରେ ଲଗାନ୍ତୁ । ପନ୍ଦର ମିନିଟ ପରେ ମୁହଁକୁଚ ସ୍ୱଛ ଜଳରେ ଧୋଇ ଦିଅନ୍ତୁ । ତ୍ୱଚାରେ ଚମକ ଆସିଯିବ । ଅଳ୍ପ ମେହେନ୍ଦୀ ଗୁଣ୍ଡ ଓ ହାତମୁଠା ପୋଦିନା ପତ୍ର ଗରମ ପାଣିରେ ପକାଇ ପୁଣି ତଉଲିଆରେ ମୁର୍ଡ ଓ ମୁଣ୍ଡକୁ ଢାଙ୍କି ଦେଇ ଦଶ ମିନିଟ ଯାଏଁ ହାଲୁକା ବାମ୍ଫ ଦିଅନ୍ତୁ । ବାମ୍ଫ ଦେବା ପରେ ମୁହଁକୁ ଶୁଖାନ୍ତୁ । ଯଦି ଆପଣଙ୍କ ମୁହଁ ତୈଳାକ୍ତ, ତେବେ ସାଧାରଣ ଚା’, କଫି ସେବନକୁ ନିବୃତ୍ତ ରହନ୍ତୁ । କୌଣସି ହର୍ବାଲ ଚା ଆପଣଙ୍କ ତ୍ୱଚା ପାଇଁ ଉପଯୁକ୍ତ । ଏକ ଚାମଚ କମଳା ଗୁଣ୍ଡ ପାଉଡର । ପୋଷା ହୋଇଥିବା ବାଦାମ ତଥା ୨/୩ ଚାମଚ କ୍ଷୀର ମିଶାଇ ଦିଅନ୍ତୁ । ଏହାକୁ ବେକ ତଥା ମୁହଁରେ ଲଗାନ୍ତୁ । ଘଣ୍ଟାକ ପରେ ମୁହଁ ଧୁଅନ୍ତୁ । ପିଜୁଳି ଚୋପା ଶୁଖାଇ ପାଉଡର କରନ୍ତୁ । ଏହାକୁ ଗୋଲାପ ଜଳ ସହିତ ମିଶାଇ ମୁହଁରେ ଲଗାନ୍ତୁ । ଚନ୍ଦନ ଗୁଣ୍ଡରେ ଗୋଲାପ ଜଳ ମିଶାଇ ଦେହରେ ଲଗାଇଲେ ଚେହେରାରେ ଚମକ ଆସିଥାଏ । ୧ ଚାମଚ ଚନ୍ଦନ ପାଉଡରକୁ ଅଳ୍ପ ଟିକେ ପାଣିରେ ସିଝାଇ ନିଅନ୍ତୁ । ଏହାକୁ ସ୍ନାନ ପାଇଁ ଉଦ୍ଦିଷ୍ଟ ପାଣିରେ ମିଶାଇ ତହିଁରେ ସ୍ନାନ କରନ୍ତୁ । ଦେହରେ ସତେଜତା ଓ ଫୁର୍ତ୍ତି ଆସିବ ।






