Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବାକୁ ରାଜ୍ୟ ବୋର୍ଡଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ

by ସଞ୍ଜୟ ସ୍ୱାଇଁ
June 24, 2021
in Education, NATIONAL NEWS
ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବାକୁ ରାଜ୍ୟ ବୋର୍ଡଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ
56
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆଗାମୀ ୧୦ ଦିନ ଭିତରେ ସମସ୍ତ ରାଜ୍ୟ ଶିକ୍ଷା ବୋର୍ଡ ଦ୍ୱାଦଶ ଶ୍ରେଣୀ ପାଇଁ ମୂଲ୍ୟାଙ୍କନ ପଦ୍ଧତି ବାବଦରେ ନିଷ୍ପତ୍ତି ନେବା ଦରକାର। ଏହାପରେ ଜୁଲାଇ ୩୧ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବା ଦରକାର। ଦେଶର ସର୍ବୋଚ୍ଚ କୋର୍ଟ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସମସ୍ତ ରାଜ୍ୟର ଶିକ୍ଷା ବୋର୍ଡକୁ। ସିବିଏସଇ ଏବଂ ଆଇସିଏସଇ ଜୁଲାଇ ୩୧ ସୁଦ୍ଧା ପରୀକ୍ଷା ଫଳ ଘୋଷଣା କରିବେ ବୋଲି ପୂର୍ବରୁ କହି ସାରିଛନ୍ତି। ତେଣୁ ସମସ୍ତ ରାଜ୍ୟର ଶିକ୍ଷା ବୋର୍ଡ ମଧ୍ୟ ଏହି ତାରିଖ ସୁଦ୍ଧା ପରୀକ୍ଷା ଫଳ ଘୋଷଣା କରିବା ଦରକାର ବୋଲି ଜଷ୍ଟିସ, ଏଏମ ଖାନିଓ୍ୱିଲକର ଏବଂ ଦିନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ କହିଛନ୍ତି। ସିବିଏସଇ ଏବଂ ଆଇସିଏସଇ କୋଭିଡ ପାଇଁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଥିଲେ। ଏହାପରେ ଓଡ଼ିଶା, ରାଜସ୍ଥାନ, ମଧ୍ୟପ୍ରଦେଶ, ୟୁପି, ହରିଆଣା, ମହାରାଷ୍ଟ୍ର, ଗୁଜରାଟ ଆଦି ଶିକ୍ଷା ବୋର୍ଡ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଛନ୍ତି। ହେଲେ ଆନ୍ଧ୍ର ପ୍ରଦେଶ ସରକାର ଏଯାଏ କିଛି ନିଷ୍ପତ୍ତି ନେଇ ନାହାନ୍ତି। ଜୁଲାଇ ୧୨ ସୁଦ୍ଧା ପରୀକ୍ଷା କରାଇବେ ବୋଲି କୋର୍ଟରେ କହିଛନ୍ତି। ତାଙ୍କ ପାଖରେ ମୂଲ୍ୟାଙ୍କନ କରିବା ପାଇଁ କୌଣସି ସୂତ୍ର ନଥିବାରୁ ପରୀକ୍ଷା ଉପରେ ଆନ୍ଧ୍ର ବୋର୍ଡ ଗୁରୁତ୍ୱ ଦେଇଛି। ଯଦି ମୂଲ୍ୟାଙ୍କନ ହେବ ତାହେଲେ ଦେଶର ସମସ୍ତ ବୋର୍ଡ ପାଇଁ ଗୋଟିଏ ମୂଲ୍ୟାଙ୍କନ ବୋର୍ଡ ହେଉ ବୋଲି ଆନ୍ଧ୍ର ଦାବି କରିଥିଲେ। ତେବେ ଏଭଳି ଦାବିକୁ ଅଗ୍ରାହ୍ୟ କରିଛନ୍ତି କୋର୍ଟ। ସମସ୍ତ ଶିକ୍ଷା ବୋର୍ଡ ସ୍ୱତନ୍ତ୍ର। ସମସ୍ତଙ୍କର ଭିନ୍ନ ଭିନ୍ନ କ୍ରାଇଟେରିଆ ରହିଛି। ତେଣୁ ସାରା ଦେଶରେ ଗୋଟିଏ ଢଙ୍ଗରେ ମୂଲ୍ୟାଙ୍କନ ହେଉ ବୋଲି କୋର୍ଟ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ବିଚାରପତି କହିଥିଲେ। ଆନ୍ଧ୍ରପ୍ରଦେଶ ସରକାର ବୁଧବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ରାଜ୍ୟ ବୋର୍ଡ ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନକୁ ନେଇ କୌଣସି ନିର୍ଭରଯୋଗ୍ୟ ବିକଳ୍ପ ଖୋଜି ବାହାର କରି ନାହାନ୍ତି। ତେଣୁ ସଫଳତାର ସହ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରାଇବ। ରାଜ୍ୟ ସରକାର କହିଛନ୍ତି ଯେ ଜୁଲାଇର ଶେଷ ସପ୍ତାହ ସୁଦ୍ଧା ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରିବ। ଏ ବାବଦରେ ପରୀକ୍ଷା ସୂଚୀ ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ରାଜ୍ୟ ସରକାର ସତ୍ୟପାଠ ଦାଖଲ କରି କହିଛନ୍ତି। ରାଜ୍ୟରେ କୋଭିଡ୍-୧୯ ମାମଲା ଦ୍ରୁତ ଗତିରେ ହ୍ରାସ ପାଉଥିବାରୁ ଆଗାମୀ ଦିନରେ ପରୀକ୍ଷା ହୋଇପାରିବ ବୋଲି ସରକାର କହିଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!