କଟକ, (ବାଘୁଆବାର୍ତ୍ତା): ଆସନ୍ତାକାଲି ପ୍ରକାଶ ପାଇବ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଫଳ । କଟକ ସ୍ଥିତ ବୋର୍ଡ କାର୍ୟ୍ୟାଳୟରେ ପ୍ରକାଶ ପାଇବ ରେଜଲ୍ଟ । ଅପରାହ୍ନ ୪ଟା ବେଳେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ସନ୍ଧ୍ୟା ୬ଟା ପରଠାରୁ ୨ଟି ୱେବସାଇଟ୍ରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଓ୍ବେବସାଇଟ୍ bseodisha.in ଓ bseodisha.nic.in ରେ ଉପଲବ୍ଧ ହେବ ରେଜଲ୍ଟ ହେବ । ଅନ୍ୟପଟେ SMS ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀ ପରୀକ୍ଷାଫଳ ପାଇପାରିବେ । ଏଥିପାଇଁ OR01 Roll No ଲେଖି 5676750କୁ SMS ପଠାଇବାକୁ ହେବ । ସେପଟେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।






