ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଯୋଗ ଗୁରୁ ବାବା ରାମଦେବଙ୍କ ବିବାଦୀୟ ମନ୍ତବ୍ୟକ୍ତ ନେଇ ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଛି । ଏହାର ଶୁଣାଣି ବର୍ତ୍ତମାନ ସୁପ୍ରିମକୋର୍ଟରେ ଚାଲିଛି । ସୁପ୍ରିମକୋର୍ଟରେ ଶୁଣାଣି ସ୍ଥଗିତ ରହିବା ପାଇଁ ବାବା ରାମଦେବ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ମିଳିଛି । ସୂଚନାନୁସାରେ, ଯୋଗ ଗୁରୁ ବାବା ରାମଦେଶ କୋଭିଟ୍-୧୯ ମାମଲାର ଚିକିତ୍ସ ପଦ୍ଧତିକୁ ନେଇ ଡାକ୍ତରଖାନା ଗୁଡିକୁ ସମାଲୋଚନା କରିଥିଲେ । ଏହାରି ଉପରେରେଦଶ ବିଭିନ୍ନ ରାଜ୍ୟରେ ବାବା ରାମଦେବଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ବାବା ରାମଦେବ ପାଟନା ଓ ରାୟପୁର ଶାଖାରେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ଦ୍ୱାରା ଦାଖଲ ହୋଇଥିବା ମାମଲା ପ୍ରକ୍ରିୟା ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ଏବଂ ମାମଲା ସ୍ଥାନାନ୍ତର କରିବାକୁ କହିଛନ୍ତି । ଯୋଗ ଗୁରୁଙ୍କ ନାମରେ ଧାରା ୧୮୮, ୨୬୯, ୫୦୪ ଦଫା ଲଗାଯାଇଥିବା ସୂଚନା ମିଳିଛି ।





