ଶ୍ରୀନଗର, (ବାଘୁଆବାର୍ତ୍ତା): ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଗତିବିଧି କମ୍ ହେଉ ନାହିଁ। ଶ୍ରୀନଗରରେ ଆତଙ୍କବାଦୀମାନେ ଜଣେ ସିଆଇଡି ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ନାଗାମା ଅଞ୍ଚଳରେ ଘଟିଛି। ସେ ନମାଜ ପଢି ଫେରୁଥିଲେ। ଆତଙ୍କବାଦୀମାନେ ତାଙ୍କୁ ଘର ପାଖରେ ଗୁଳି କରି ହତ୍ୟା କରିଛନ୍ତି। ଗୁରୁତର ଅବସ୍ଥାରେ ଇନ୍ସପେକ୍ଟରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ତାଙ୍କୁ ବଞ୍ଚାଇ ପାରିନଥିଲେ। ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା। ଇନ୍ସପେକ୍ଟର ପରଭେଜ ଅହମ୍ମଦ ଡାର ସିଆଇଡିରେ ଥିଲେ। ନୌଗାମର କାନିପୋରା ଅଞ୍ଚଳରେ ତାଙ୍କର ଘର। ସେ ନମାଜ ପଢି ଫେରୁଥିବା ବେଳେ ତାଙ୍କ ଘର ପାଖରେ ଆତଙ୍କବାଦୀମାନେ ଗୁଳି କରିଥିଲେ।





