Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସେପ୍ଟେମ୍ବରରେ ଶିଶୁଙ୍କୁ ଟିକା:ଏମ୍ସ ନିର୍ଦ୍ଦେଶକ ଗୁଲେରିଆ

by ସଞ୍ଜୟ ସ୍ୱାଇଁ
June 23, 2021
in Health, NATIONAL NEWS
ସେପ୍ଟେମ୍ବରରେ ଶିଶୁଙ୍କୁ ଟିକା:ଏମ୍ସ ନିର୍ଦ୍ଦେଶକ ଗୁଲେରିଆ
106
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କରୋନା କାଳରେ ଶିଶୁ ମାନଙ୍କ ପାଇଁ ଖୁସି ଖବର । ସେପ୍ଟେମ୍ବରରେ ଶିଶୁ ମାନଙ୍କୁ ଟିକା ଦିଆଯିବାର ସମ୍ଭାବନା ରହିଛି । ଶିଶୁଙ୍କ ପାଇଁ ଭାରତ ବାୟୋଟେକ୍ ପ୍ରସ୍ତୁତ କୋଭାକ୍ସିନ ଟିକା ସେପ୍ଟେମ୍ବରରେ ଉପଲବ୍ଧ ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବରରେ ଏହାର ଦ୍ଵିତୀୟ ଓ ତୃତୀୟ ପର୍ୟ୍ୟାୟ ପରୀକ୍ଷଣର ତଥ୍ୟ ମିଳିବ। ସେହି ମାସରେ ଏହାକୁ ମଞ୍ଜୁରି ମିଳିଯିବାର ସମ୍ବାବନା ରହିଛି ବୋଲି କହିଛନ୍ତି ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ। ଏହା ସହିତ ଫାଇଜର-ବାୟୋଟେକ୍ ଟିକାକୁ ଯଦି ମଞ୍ଜୁରି ମିଳିଯାଏ ତେବେ ଶିଶୁମାନଙ୍କ ପାଇଁ ୨ଟି ଟିକା ଉପଲବ୍ଧ ହେବ ବୋଲି ଗୁଲେରିଆ କହିଛନ୍ତି। କୋଭାକ୍ସିନର ପ୍ରଥମ ପର୍ୟ୍ୟାୟ ପରୀକ୍ଷଣ (୨-୧୭ ବର୍ଷ ବର୍ଗ) ହୋଇଥିଲା। ଏହାପରେ ଗତ ମେ ୧୨ ତାରିଖରେ ଦ୍ଵିତୀୟ ଓ ତୃତୀୟ ପର୍ୟ୍ୟାୟ ପରୀକ୍ଷଣ ପାଇଁ ଭାରତ ବାୟୋଟେକକୁ ଅନୁମତି ମିଳିଥିଲା। ପ୍ରଥମ ଲହର ଅପେକ୍ଷା ଦ୍ଵିତୀୟ ଲହରରେ ଅଧିକ ଶିଶୁ ସଂକ୍ରମିତ ହୋଇଛନ୍ତି। କରୋନାର ତୃତୀୟ ଲହର ଆସିବା ସହ ଏହା ଶିଶୁଙ୍କ ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ଏହାକୁ ଆଖିରେ ରଖି ଗୋଟିଏ ପଟେ ଟିକାର ନିରାପତ୍ତା ପରୀକ୍ଷଣ ଚାଲିଛି, ଅନ୍ୟପଟେ ରାଜ୍ୟସରକାରମାନେ ସ୍ଵାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ କରି ରଖୁଛନ୍ତି। ତେବେ ଏ ପର୍ୟ୍ୟନ୍ତ କରୋନା ସଂକ୍ରମିତ ଶିଶୁମାନେ ବେଶୀ ଗୁରୁତର ହେଉ ନ ଥିବା ତଥ୍ୟରୁ ଜଣାପଡ଼ିଛି। ଅଧିକାଂଶ ଶିଶୁ ଗୃହ ସଂଗରୋଧରେ ହିଁ ସୁସ୍ଥ ହେଉଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!