Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ କରାଇଲା ଗର୍ଭବତୀ, ଯୁବକ ଗିରଫ

by ସଞ୍ଜୟ ସ୍ୱାଇଁ
June 22, 2021
in Crime, State
ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ କରାଇଲା ଗର୍ଭବତୀ, ଯୁବକ ଗିରଫ
226
VIEWS
Share on FacebookShare on Twitter

ବୋରିଗୁମ୍ମା, (ବାଘୁଆବାର୍ତ୍ତା): ବୋରିଗୁମ୍ମା ଥାନା ଅଧୀନରେ ଥିବା ଏକ ଅଞ୍ଚଳର ଜଣେ ନାବାଳିକା କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଯୁକକୁ ମହଙ୍ଗା ପଡିଛି । ହର୍ଦ୍ଦଳୀ ପଂଚାୟତ ର ଜଣେ ଯୁବକ ବିବାହ ପ୍ରଲୋଭନ ଦେଖାଇ ଏକ ବାହା ଘର ଭୋଜିରୁ ଉଠାଇ ନେଇ ନିଜ ଘରେ ଚାରି ମାସ ଧରି ରଖିଥିଲା। ନାବାଳିକା ଜଣକ ଗର୍ଭବତୀ ହେବା ପରେ ଗର୍ଭପାତ କରାଇ ନିର୍ୟାତନା ଦେଇ ନିଜ ଘରୁ ତଡି ଦେଇଥିବା ଅଭିଯୋଗରେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ବୋରିଗୁମ୍ମା ପୋଲିସ। ୨୦୨୧ ଫେବୃୟାରୀ ୩ରେ ଜଣେ ନାବାଳିକା ସମ୍ପର୍କୀୟଙ୍କ ବାହାଘରକୁ ଭୋଜିକୁ ଯାଇଥିଲେ । ସେଠାରେ ବିରିଗୁଡା ଗ୍ରାମର ଜଣେ ଯୁବକ ତାଙ୍କୁ ଵିଵାହ କରିବାର ପ୍ରଲୋଭନ ଦେଖାଇ ସେଠାରୁ ଉଠାଇ ତାଙ୍କ ଘରକୁ ନେଇଯାଇଥିଲେ। ନାବାଳିକାଙ୍କ ଅନିଚ୍ଛା ସ୍ବତ୍ତେ ତାଙ୍କ ସହ ଶାରିରୀକ ସମ୍ପର୍କ ରଖି ଗର୍ଭବତୀ ମଧ୍ୟ କରାଇଥିଲେ। ପରେ ଗତ ୫/୫/୨୧ତାରିଖରେ ସମ୍ପୃକ୍ତ ନାବାଳିକାଙ୍କୁ ଯୁବକ, ଆଉ ତାଙ୍କ ମା ବାପା ମିଶି ଗର୍ଭପାତ କରାଇବା ପାଇଁ ପାଞ୍ଚଟି ଟାବଲେଟ ଖୁଆଇ ଦେଇଥିଲେ। ତାପରେ ନାବାଳିକାର ଗର୍ଭପାତ ମଧ୍ୟ ହୋଇଥିଲା। ଗର୍ଭ ପାତ ପରେ ନାବାଳିକାଙ୍କୁ ମାରପିଟ କରି ତାଙ୍କୁ ଗତ ୧୫/୦୫/୨୧ ତାରିଖରେ ତାଙ୍କ ଘରକୁ ତଡି ଦେଇଥିଲେ। ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନ ରେ ମାରିଦେବାର ଧମକ ମଧ୍ୟ ଦେଇଥିଲେ। ନାବାଳିକା ଜଣକ ବହୁ କଷ୍ଟ ରେ ନିଜ ବାପା ଘରେ ପହଞ୍ଚି ସବୁ କଥା କହିଥିଲା। ଘଟଣା କୁ ନେଇ ନାବାଳିକା ଙ୍କ ବାପା ଗତ ୨୦/୦୬/୨୧ ରେ ବୋରିଗୁମ୍ମା ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଆଧାର କରି ବୋରିଗୁମ୍ମା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ପଟେ ଘଟଣା ରେ ଜଡିତ ଯୁବକଙ୍କ ମା’ ଓ ବାପା ଙ୍କୁ ମଧ୍ୟ ଶୀଘ୍ର ଗିରଫ ପାଇଁ ଦାବି କରିଛନ୍ତି ନାବାଳିକା ଙ୍କ ପରିବାର। ଅନ୍ୟପଟେ ଯୁବକଙ୍କ ମା’ ବାପା ଫେରାର ଥିବା କହିଛନ୍ତି ଏହି ମାମଲା ର ଦାୟିତ୍ବରେ ଥିବା ପୋଲିସ ଅଧିକାରୀ ଶ୍ରୀକାନ୍ତ ସାହୁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!