Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିବିଏସ୍ଇ ଏବଂ ସିଆଇଏସସିଇ ଦ୍ୱାରା ପ୍ରସ୍ତାବିତ ମୂଲ୍ୟାଙ୍କନ ଯୋଜନାକୁ ଗ୍ରହଣ କଲେ ସୁପ୍ରିମକୋର୍ଟ

by ସଞ୍ଜୟ ସ୍ୱାଇଁ
June 22, 2021
in Feature News
ସିବିଏସ୍ଇ ଏବଂ ସିଆଇଏସସିଇ ଦ୍ୱାରା ପ୍ରସ୍ତାବିତ ମୂଲ୍ୟାଙ୍କନ ଯୋଜନାକୁ ଗ୍ରହଣ କଲେ ସୁପ୍ରିମକୋର୍ଟ
61
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): କୋଭିଡ କାରଣରୁ ନିୟମିତ ପରୀକ୍ଷା ବାତିଲ ହୋଇଥିବାରୁ ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ପାଇଁ ସିବିଏସ୍ଇ ଏବଂ ସିଆଇଏସସିଇ ଦ୍ୱାରା ପ୍ରସ୍ତାବିତ ଯୋଜନାକୁ ସୁପ୍ରିମକୋର୍ଟ ଆଜି ଅନୁମୋଦନ କରିଛନ୍ତି। ନିୟମିତ ପରୀକ୍ଷା ବିକଳ୍ପ ଖୋଜୁଥିବା କିଛି ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ଆବେଦନକୁ ଖାରଜ କରି ଜଷ୍ଟିସ୍ ଏଏମ୍ ଖାନୱିଲକର ଏବଂ ଦିନେଶ ମହେଶ୍ୱରୀଙ୍କ ଅବସରକାଳୀନ ଖଣ୍ଡପୀଠ ଶିକ୍ଷା ବୋର୍ଡର ପ୍ରସ୍ତାବକୁ “ଉଚିତ ଏବଂ ଯୁକ୍ତିଯୁକ୍ତ” ବୋଲି କହିଛନ୍ତି। ସିବିଏସ୍ଇ କମ୍ପାର୍ଟମେଣ୍ଟ ପରୀକ୍ଷା ୨୦୨୧ ରଦ୍ଦ କରିବା ପାଇଁ ହୋଇଥିବା ଆବେଦନ ଉପରେ ମଧ୍ୟ ସୁପ୍ରିମକୋର୍ଟ ଆଜି ଶୁଣାଣି କରିଛନ୍ତି। ୧,୧୫୨ ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା ଯେ, ସିବିଏସ୍ଇ ନିୟମିତ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ଥିର କରିଥିବା ମୂଲ୍ୟାଙ୍କନ ଯୋଜନା ଆଧାରରେ କମ୍ପାର୍ଟମେଣ୍ଟ ଛାତ୍ରଛାତ୍ରୀମାନଙ୍କ ମୂଲ୍ୟାଙ୍କନ କରୁ। ଏନେଇ ସିବିଏସ୍ଇକୁ ନିର୍ଦେଶ ଦେବା ପାଇଁ କମ୍ପାର୍ଟମେଣ୍ଟ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ | ଏହି ଆବେଦନ ଉପରେ ଶୁଣାଣି କରି ଆଜି ସୁପ୍ରିମକୋର୍ଟ ଏଭଳି କରିବାକୁ ମନା କରିଦେଇଛନ୍ତି | ସୁପ୍ରିମକୋର୍ଟ କହିଛନ୍ତି ଯେ, କମ୍ପାର୍ଟମେଣ୍ଟ, ବେସରକାରୀ ଏବଂ ପୁନଃ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହେବ ନାହିଁ। ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ପରିସ୍ଥିତି ଅନୁକୂଳ ହେଲେ ସେମାନେ ଶାରୀରିକ ପରୀକ୍ଷା ପାଇଁ ହାଜର ହେବେ |

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!