ନୟାଗଡ଼ (ବାଘୁଆବାର୍ତ୍ତା): କରୋନା ମହାମାରୀ କୁ ହରେଇବା ପାଇଁ ସମଗ୍ର ବିଶ୍ୱରେ ଟୀକାକରଣ କ୍ଷିପ୍ର ବେଗରେ ଚାଲୁ ରହିଛି । ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ତରଫରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ସର୍କିଟ୍ ହାଉସ୍ ନିକଟ ଭାରତ ବିକାଶ ପରିଷଦ ଭବନରେ ୨୦୦ ଜଣଙ୍କୁ ଟୀକାକରଣ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶକ୍ତି ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଶାଖା ଅଧ୍ୟକ୍ଷ ହରେକୃଷ୍ଣ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସେବା ସଚିବ ଦୁର୍ୟ୍ୟୋଧନ ସାହୁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ୟକ୍ଷ ହରପ୍ରସାଦ ମହାପାତ୍ର, ପରିଷଦର କ୍ଷେତ୍ରୀୟ ସଚିବ ଶ୍ରୀଧର ସାହୁ, ଶାଖା ସଚିବ ଅନାଦି ଚରଣ ମହାନ୍ତି, ଅର୍ଥ ସଚିବ ପ୍ରଫୁଲ୍ଲ କୁମାର ନାୟକ, ସଂଗଠନ ସଚିବ କାମାକ୍ଷା ପ୍ରସାଦ ଦାସ, ପୂର୍ବତନ ଅଧ୍ୟକ୍ଷ ବିଦ୍ୟାଧର ଆଚାର୍ୟ୍ୟ, ସମାଜସେବୀ ଦାମଦୋର ସାହୁ, ପ୍ରମୋଦ ପଟ୍ଟନାୟକ, ସଂସ୍କାର ସଚିବ ଅଜୟ କୁମାର ପଟ୍ଟନାୟକ, ସମ୍ପର୍କ ସଚିବ ପ୍ରସନ୍ନ କୁମାର ବସନ୍ତିଆ, ମହିଳା ସଚିବ ସୌଦାମିନୀ ସ୍ୱାଇଁ, ବରିଷ୍ଠ ସଦସ୍ୟ ଅରୁଣ କୁମାର ମହାନ୍ତି, ନିର୍ମଳ ଚନ୍ଦ୍ର ଶୂରଦେଓ, ଅଶୋକ କୁମାର ନାୟକ, ପ୍ରଦୀପ କୁମାର ସାହୁ, ଧୀରେନ୍ଦ୍ର ପଟ୍ଟନାୟକ, ଅବିନାଶ ସାହୁ, ନିରଂଜନ ପାତ୍ର, ରାଜକିଶୋର ଦଳେଇ ଆଦି ଅନେକ ସଦସ୍ୟ ସହଯୋଗ କରିଥିଲେ। ଭାରତ ବିକାଶ ପରିଷଦ ର ଏହିଭଳି କାର୍ୟ୍ୟକୁ ଜନସାଧାରଣ ଭୂୟସୀ ପ୍ରସଂଶା କରିଥିଲେ।





