ଜମ୍ମୁ କାଶ୍ମୀର, (ବାଘୁଆବାର୍ତ୍ତା): ମହାମାରୀ କରୋନା ସଙ୍କଟ ଯୋଗୁ ପୁଣି ଦ୍ୱିତୀୟ ଥର ପାଇଁ ରଦ୍ଦ ହେଲା ଅମରନାଥ ଯାତ୍ରା । ଶ୍ରଦ୍ଧାଳୁମାନେ ଏଣିକି ଦ୍ୱିତୀୟ ବର୍ଷ ମଧ୍ୟ ବାବା ଅମରନାଥଙ୍କ ଦର୍ଶନରୁ ବଞ୍ଚିତ ହେବେ । ମହାମାରୀ ସଂକ୍ରକଣକୁ ଦୃଷ୍ଟିରେ ରାଜ୍ୟ ସରକାର ଅମରନାଥ ଯାତ୍ରା ରଦ୍ଦ କରିଛନ୍ତି । ଶ୍ରୀ ଅମରନାଥଜୀ ଶ୍ରାଇନ୍ ବୋର୍ଡର ସଦସ୍ୟ ମାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପରମ୍ପରା ଅନୁସାରେ ପ୍ରଭୁ ଅମରନାଥଙ୍କ ସମସ୍ତ ନିତିକାନ୍ତି ହେବ କିନ୍ତୁ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକନା ଲଗାଯିବ । ଏନେଇ ଜାମ୍ମୁ କାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ସୂଚନା ଦେଇଛନ୍ତି ।





