ଜଟଣୀ, (ବାଘୁଆବାର୍ତ୍ତା): ଅଟୋରେ ଚୋରା ମଦ ଚାଲାଣ ହେଉଥିବା ବେଳେ ଜଟଣୀ ସହରର କୁଦିଆରୀରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରିଛି ଜଟଣୀ ପୋଲିସ । ଏକ ଅଟୋରେ ଦେଶୀ ମଦ ଲୋଡ ହୋଇ ହେଉଥିଲା ଚାଲାଣ। କୁଦିଆରୀ ନିକଟରେ ପୋଲିସ କୁ ଦେଖି ଅଟୋ ରଖି ଚମ୍ପଟ ମାରିଥିଲା ଅଟୋ ଚାଳକ । ୨୯ ପେଟି ଦେଶୀ ମଦ ସହ ଅଟୋକୁ ଜବତ କରିଛି ଜଟଣୀ ପୋଲିସ।






