Sunday, September 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରକ୍ତଭିଜା ଖଣ୍ଡା ଜବତ: ଅଭିଯୁକ୍ତ ଗିରଫ୍

by ସଞ୍ଜୟ ସ୍ୱାଇଁ
June 21, 2021
in Crime, State
ରକ୍ତଭିଜା ଖଣ୍ଡା ଜବତ: ଅଭିଯୁକ୍ତ ଗିରଫ୍
274
VIEWS
Share on FacebookShare on Twitter

ଗଞ୍ଜାମ, (ବାଘୁଆବାର୍ତ୍ତା): ଭାଇକୁ ହତ୍ୟା କରିଥିବା ଅଭିଯୋଗରେ ରକ୍ତଭିଜା ଖଣ୍ଡା ଜବତ କରିବା ସହ ଅଭିଯୁକ୍ତକୁ ଗିରଫ୍ କରିଛି ପୁଲିସ୍ । ସୂଚନାନୁସାରେ, ଆସିକା ଥାନା ଅଧିନରେ ଥିବା ମଙ୍ଗଳପୁର ଗାଁରେ ପାରିବାରିକ କଳହକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଝଗଡା ହୋଇଥିଲା ହତ୍ୟାକାଣ୍ଡ । ଉକ୍ତ ଗାଁର ରାମଚନ୍ଦ୍ରଙ୍କ ବଡ଼ପୁଅ ହରିବନ୍ଧୁ ପ୍ରଧାନ ବିବାହ ପାଇଁ ଅମଙ୍ଗ ହେବାରୁ ସାନପୁଅ ସଞ୍ଜୟକୁ ବାହା କରାଇଥିଲେ । ସାନ ଭାଇର ବିବାହକୁ ନେଇ ଘରେ ଝଗଡା ଲାଗି ରହୁଥିଲା । ଘରର ଅଶାନ୍ତ ଦେଖା ଦେଉଥିବାରୁ ୨୦ଦିନ ତଳେ ବିବାହ କରିଥିବା ସାନ ଭାଇ ସଞ୍ଜୟ ଘର ଛାଡି କବିସୂର୍ଯ୍ୟନଗର ଅଞ୍ଚଳରେ ରହୁଥିଲେ । ଗତ ଶୁକ୍ରବାର ଦିନ ସଞ୍ଜୟ ଗାଁକୁ ଆସି ଦାଦା ପିତାମ୍ବରଙ୍କ ସହିତ ଘରେ ବସି ଆଲୋଚନା କରି ଚାହା ପିଉଥିବା ବେଳେ ବଡ଼ ଭାଇ ହରିବନ୍ଧୁ ଖଣ୍ଡା ଧରି ପହଞ୍ଚି ସେଠାରେ ସାନଭାଇ ସଞ୍ଜୟକୁ ଆକ୍ରମଣ କରି ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ସଞ୍ଜୟଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଆସିକା ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ କରିଥିଲା । ଅଭିଯୁକ୍ତ ବଡ଼ଭାଇ ହରିବନ୍ଧୁକୁ ଗିରଫ୍ କରିବା ପାଇଁ ପୁଲିସ୍ ଜାଲ ବିଛାଇ ଥିଲା । ହରିବନ୍ଧୁ ବଗଗଡ଼ ଥାନା ଅଞ୍ଚଳରେ ଥିବା ବିଶେଷ ସୁତ୍ରରୁ ଖବର ପାଇ ଆଜି ମାଣିକପୁର ଗାଁରେ ଚଢଉ କରି ଅଭିଯୁକ୍ତ ବଡ଼ଭାଇକୁ ଗିରଫ୍ କରିବା ସହ ରକ୍ତଭିଜା ଖଣ୍ଡା ଜବତ କରିଛି ଆସିକା ପୁଲିସ୍ । ଏନେଇ ଆସିକା ଏସଡିପିଓ ଉମାଶଙ୍କର ସିଂ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!