Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୁହଁ ଖୋଲିଲେ କରିସ୍ମା, ପରପୁରୁଷ ସହ ରାତି ବିତେଇବାକୁ ସ୍ୱାମୀ କରୁଥିଲେ ବାଧ୍ୟ

by ସଞ୍ଜୟ ସ୍ୱାଇଁ
June 21, 2021
in Lifestyle, NATIONAL NEWS
ମୁହଁ ଖୋଲିଲେ କରିସ୍ମା, ପରପୁରୁଷ ସହ ରାତି ବିତେଇବାକୁ ସ୍ୱାମୀ କରୁଥିଲେ ବାଧ୍ୟ
569
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ବଡ଼ ପରଦାରେ ରାଜ୍‌ କରୁଥିବା ଅଭିନେତ୍ରୀ କରିସ୍ମା କପୁର ନିଜ ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ବାନ୍ଧିକି ରଖିଥିଲେ । କରିସ୍ମାଙ୍କ ପ୍ରୋଫେସନାଲ ଲାଇଫ୍‌ ଯେତିକି ସୁନ୍ଦର ରହିଥିଲା, ତାଙ୍କର ପର୍ସନାଲ ଲାଇଫରେ ତାଙ୍କୁ ଅନେକ ଥର ଧୋକା ମିଳିଛି। ଅନେକ ଫିଲ୍ମରେ କମେଡି, ଟ୍ରାଜେଡି ଓ ରୋମାଣ୍ଟିକ ସିନ ଦେଖିବାକୁ ମିଳିଥିଲା କରିଷ୍ମାଙ୍କ ଠାରୁ ହେଲେ ତାଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ଦୁଃଖ ଦାୟକ ଥିଲା । ଅଭିଷେକ ବଚ୍ଚନଙ୍କ ସହ ପୂରା ଦୁନିଆ ସାମ୍ନାରେ ସମ୍ପର୍କ ଅତି ନିବିଡ ଥିଲା । ହେଲେ କରିସ୍ମା ବଚ୍ଚନ ପରିବାରର ବୋହୂ ହୋଇପାରିନଥିଲେ। ନିଜ କ୍ୟାରିୟରର ବହୁ ଶୀର୍ଷରେ ଥିବା ସତ୍ତ୍ବେ କରିସ୍ମା ସଞ୍ଜୟ କପୁରଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ବିବାହରୁ ନିଜକୁ ଅଲଗା କରିବା ପରେ କରିସ୍ମା କପୁର ଯାହା ଖୁଲାସା କରିଛନ୍ତି ତାହା ଅତ୍ୟନ୍ତ ଚକିତ କରିଦେବା ଭଳି ଥିଲା। କରିସ୍ମା ଦିଲ୍ଲୀର ବିଜନେସମ୍ୟାନ ସଞ୍ଜୟ କପୁରଙ୍କୁ ୨୦୦୩ ସେପ୍ଟେମ୍ବର ୨୯ରେ ବିବାହ କରିଥିଲେ। ଏହି ବିବାହରେ କରିସ୍ମା ୧୧ ବର୍ଷ ପର୍ୟ୍ୟନ୍ତ ଏକାଠି ରହିଥିଲେ ଏବଂ ୨୦୧୪ରେ ଦୁହେଁ ନିଜ ସହମତିରେ ଛାଡପତ୍ର ପାଇଁ ଆବେଦନ ଦାଖଲ କରିଥିଲେ। ୨୦୧୬ରେ ଦୁହେଁ ପରସ୍ପର ଠାରୁ ଛାଡ଼ପତ୍ର ଦେଇ ଅଲଗା ହୋଇଥିଲେ। କରିସ୍ମା ଛାଡ଼ପତ୍ରର ୪ ବର୍ଷ ପରେ ଗୋଟିଏ ଓ୍ବେବ ପୋର୍ଟାଲକୁ ଦେଇଥିବା ସାକ୍ଷାତକାରରେ କହିଥିଲେ କି, ତାଙ୍କ ଶାଶୁ ତାଙ୍କ ଉପରଙ୍କୁ ହାତ ଉଠାଉଥିଲେ ଏବଂ ତାଙ୍କ ସ୍ବାମୀ କରିସ୍ମାଙ୍କ ଖର୍ଚ୍ଚର ସମସ୍ତ ଟଙ୍କା ତାଙ୍କ ଭାଇକୁ ଦେଉଥିଲେ। କରିସ୍ମା ଏହି ସାକ୍ଷାକାରରେ କହିଥିଲେ ଯେ, ସଞ୍ଜୟ ତାଙ୍କୁ କେବଳ ଏଥିପାଇଁ ବିବାହ କରିଥିଲେ କି କରିସ୍ମା ବଲିଉଡର ଜଣେ ବଡ଼ ଅଭିନେତ୍ରୀ ଥିଲେ। କରିସ୍ମା ଆହୁରି କହିଛନ୍ତି ଯେ, ‘ଯେତେବେଳେ ଆମେ ହନିମୁନରେ ଯାଇଥିଲୁ ସଞ୍ଜୟ ତାଙ୍କର ଜଣେ ସାଙ୍ଗ ସହିତ ରାତି ବିତାଇବାକୁ ବାଧ୍ୟ କରିଥିଲେ। ସଞ୍ଜୟ ତାଙ୍କୁ ବହୁତ ମାଡ଼ ମାରୁଥିଲେ ଆଉ ମୁଁ ନିଜର ସମସ୍ତ ଦୁଃଖ କଷ୍ଟକୁ ନିଜ ମେକଅପ୍‌ ତଳେ ଲୁଚାଇ ରଖୁଥିଲି। ଯେତେବେଳେ ମୋ ପାଖରେ ଆଉ କିଛି ଉପାୟ ନଥିଲା, ସେତେବେଳେ ମୁଁ ଥାନାରେ ଅଭିଯୋଗ କଲି। ଛାଡ଼ପତ୍ର ଆଦେଦନରେ ସଞ୍ଜୟ ଅଭିଯୋଗ କରିଥିଲେ କି, କରିସ୍ମା ଜଣେ ଭଲ ମାଆ ନୁହେଁ ଏବଂ ସେ କେବଳ ଟଙ୍କା ପାଇଁ ତାଙ୍କୁ ବାହା ହୋଇଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!