ଦଶପଲ୍ଲା (ବାଘୁଆବାର୍ତ୍ତା): ଦଶପଲ୍ଲା ବ୍ଲକରେ କରୋନା ବ୍ୟାପିବା ଦୃଷ୍ଟିରୁ ଚାରୋଟି ଗାଁକୁ କଣ୍ଟେନମେଣ୍ଟ କରାଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଉକ୍ତ ଗ୍ରାମ ମାନଙ୍କରୁ କରୋନା ନେଗେଟିଭ ଆସିଥିବାରୁ ଉକ୍ତ ଗ୍ରାମ ଗୁଡିକରୁ କଣ୍ଟେନମେଣ୍ଟ ହଟାଯାଇଛି । ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡି ସାରିରଙ୍ଗା ଗ୍ରାମ ପଞ୍ଚାୟତର ଶିମିଳିବେରେଣା ସାହି, କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତର ଦୁର୍ଗାପ୍ରସାଦ ଗ୍ରାମ ତଳସାହି, ଉକ୍ତ ଗ୍ରାମପଞ୍ଚାୟତର ଟାକୁଡାର ଗୁଡିଆସାହି ଓ ବାଣିଗୋଛା ଗ୍ରାମ ପଞ୍ଚାୟତ କରଣ ସାହିରୁ କଣ୍ଟେନମେଣ୍ଟ ହଟାଯାଇଛି । ଉକ୍ତ ଗ୍ରାମର ଜନସାଧାରଣ ସାମାଜିକ ଦୁରତା ମାନିବା ସହ ମାସ୍କ ପିନ୍ଧିବା ପାଇଁ ତହସିଲଦାର ପରାମର୍ଶ ଦେଇଛନ୍ତି ।





