Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଧାୟକଙ୍କ ଗାଁରେ ଟିକା ନେବାକୁ ଅମଙ୍ଗ, ବିଧାୟକ କରାଇବେ ସଚେତନତା

by ସଞ୍ଜୟ ସ୍ୱାଇଁ
June 21, 2021
in Health, State
ବିଧାୟକଙ୍କ ଗାଁରେ ଟିକା ନେବାକୁ ଅମଙ୍ଗ, ବିଧାୟକ କରାଇବେ ସଚେତନତା
124
VIEWS
Share on FacebookShare on Twitter

ନବରଙ୍ଗପୁର , (ବାଘୁଆବାର୍ତ୍ତା): କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ବର୍ଗର ଲୋକମାନଙ୍କୁ ଟୀକା ଦେବାର ବ୍ୟବସ୍ଥା କରାଯାଉଛି । ଏଥି ସହ ପ୍ରଶାସନ ପକ୍ଷରୁ ଟୀକା ନେବା ନିମନ୍ତେ ସଚେତନତା କରାଯାଉଛି । ରାଜ୍ୟରେ ବିଭିନ୍ନ ସ୍ଥାନରୁ କରୋନା ଟୀକା ନେବାକୁ ଗ୍ରାମବାସୀ ଅମଙ୍ଗ ହେଉଥିବାର ଖବର ଶୁଣିବାକୁ ମିଳୁଥିବା ବେଳେ ଖୋଦ ଡାବୁଗାଁ ବିଧାୟକ ମୋନହର ରନ୍ଧାରୀଙ୍କ ପୈତୃକ ଗ୍ରାମରେ କରୋନା ଟୀକାକୁ ନେଇ ଲୋକ ମାନଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଓ ଗୁଜବର ବାତାବରଣ ଦେଖବାକୁ ମିଳିଛି । ଗ୍ରାମର ଅନେକ ଲୋକେ ଗୁଜବ ର ବଶବର୍ତ୍ତୀ ହୋଇ ଟୀକା ନେବାକୁ ଅମଙ୍ଗ ହେଉଛନ୍ତି । କୋଭିଡ ଟୀକା ନେଲେ ଭୟଙ୍କର ପାର୍ଶ୍ଵପ୍ରତିକ୍ରିୟା ହେଉଥିବା ଗୁଜବ ଭିତରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ର ବିଧାୟକ ମନୋହର ରନ୍ଧାରୀଙ୍କ ନବରଙ୍ଗପୁର ସଦର ବ୍ଲକ ବଡ଼ ମସିଗାଁ ପଞ୍ଚାୟତ ଅନ୍ତର୍ଗତ ପୈତୃକ ଗ୍ରାମ ଭାଟିଗାଁ ରେ କରୋନା ଟୀକା ନେବାକୁ ଅନେକ ଗ୍ରାମବାସୀ ରାଜି ହେଉନଥିବାର ନଜର ଆସିଛି । ଟୀକାକରଣ ବାଧାପ୍ରାପ୍ତ ହୋଇଛି । କରୋନା ଟୀକା ନେଲେ ପ୍ରବଳ ଜ୍ୱର , ଜ୍ଵର ହେଲେ କୋଭିଡ ମେଡିକାଲ କୁ ସ୍ଥାନାନ୍ତର , ଘର କାନ୍ଥ ରେ ଲାଗିବ ପୋଷ୍ଟର ନେଇ କିଛି ଏଭଳି ଗୁଜବ ଜନିତ ଭୟ ଘାରିଛି । ଗ୍ରାମର ଅନେକ ବରିଷ୍ଠ ବ୍ୟକ୍ତି ଟୀକା ଗ୍ରହଣ କରିସାରିଥିବା ବେଳେ ଗୁଜବ ର ବଶବର୍ତ୍ତୀ ହୋଇ ଅନେକ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ଟୀକା ଗ୍ରହଣ କରୁନାହାଁନ୍ତି । ଗ୍ରାମରେ ମୋଟ ଟୀକାକରଣ ସମୟରେ ଏଭଳି ଭୟଙ୍କର ଗୁଜବ କିଏ ଆରମ୍ଭ କରିଛି କେଉଁଠୁ ଆରମ୍ଭ ହୋଇଛି ତାହା କାହାକୁ ଜଣା ନ ଥିବା ବେଳେ କିନ୍ତୁ ଏଭଳି ଗୁଜବ ଗ୍ରାମର ଅନେକ ଲୋକଙ୍କ ମନରେ ଭୟ ଘାରିଛି ଯାହାଫଳରେ ଲୋକେ ଟୀକାକୁ ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । କରୋନା ଟୀକା ଗ୍ରହଣ କରିବାକୁ ଗ୍ରାମର ୱାର୍ଡ ମେମ୍ବର , ଆଶାଦିଦି , ଅଙ୍ଗନୱାଡ଼ି କର୍ମୀ ଲୋକଙ୍କ ମନରୁ ଭୟ ଦୁର କରି ଟୀକା ନେବାକୁ ଅନୁରୋଧ କରିଛନ୍ତି ।ବର୍ତ୍ତମାନ ସୁଦ୍ଧା ଗ୍ରାମବାସୀ ଙ୍କୁ ଟୀକା ନେବା କୁ ପ୍ରବର୍ତାଇବା ପାଇଁ ସ୍ଥାନୀୟ ସମସ୍ତ ସରକାରୀ କଳ ସତ ଚେଷ୍ଟା କରି ଲୋକଙ୍କ ମନରୁ ଗୁଜବ କାଢ଼ିବା କୁ ଫେଲ ମାରିଥିବା ବେଳେ ନିଜ ପୈତୃକ ଗ୍ରାମରେ ହେଉଥିବା ଏଭଳି ଗୁଜବ ବଶବର୍ତ୍ତୀ ରୁ ଦୁରେଇ ରହି ଟୀକା ନେବା ପାଇଁ ଯୋଗ୍ୟ ବିବେଚିତ ସମସ୍ତ ବ୍ୟକ୍ତି ଆଗେଇ ଆସିବା ପାଇଁ ବିଧାୟକ ମନୋହର ରନ୍ଧାରୀ ଅନୁରୋଧ କରିବା ସହିତ ନିଜେ ଆଶନ୍ତା ୨୫ ତାରିଖ ରେ ଯାଇ ଗ୍ରାମବାସୀଙ୍କ ମନରୁ ଅନ୍ଧ ବିଶ୍ବାସ ଦୂର କରିବା ସହ ଟୀକା ନେବାକୁ ସଚେତନ କରାଇବେ ବୋଲି ପ୍ରକାଶ କରିଛନ୍ତି ବିଧାୟକ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!