ଗଣିଆ : (ବାଘୁଆବାର୍ତ୍ତା): ବିଶ୍ୱ ଯୋଗ ଦିବସ ଅବସରରେ ନୟାଗଡ ଜିଲ୍ଲା ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ କରାଯାଇଛି ! କରୋନା ମହାମାରୀ ସମୟରେ ଘରେ ରହିବା, ସୁସ୍ଥ ରହିବା ପ୍ରୟାସକୁ ରାସଙ୍ଗ ପଂଚାୟତ ଓସ୍ତିଆ ଗ୍ରାମର ଯୁବ ସ୍ବେଛାସେବୀ ଘର ଘର ବୁଲି କୋଡିଏଟି ସ୍ଥାନରେ ପ୍ରାୟ ୧୦୦ଜଣଙ୍କୁ ସାମିଲ କରି ଯୋଗ ଅଭ୍ୟାସ କରାଇଥିଲେ !ଏହି ଯୋଗ ଅଭ୍ୟାସରେ ବୃକ୍ଷସନ, ତାତାସନ, ତ୍ରିକୋଣ ଆସନ, ସସକାସନ, ସବାସନ, ଚଳନ, ସୂର୍ୟ୍ୟ ନମସ୍କାର ଆଦି ବ୍ୟାୟାମ, ପ୍ରାଣାୟାମ କରିବା ସମୟରେ ରୋଗ ଉପଚାରର ସୂଚନା ଦେବା ସହିତ ପ୍ରତିଦିନ ପ୍ରୟାସ ଜାରି ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା !ଏହି କାର୍ୟ୍ୟକ୍ରମକୁ ଶୁଭାଶିଷ ମିଶ୍ର, ବିଶ୍ୱଜିତ ମିଶ୍ର ଓ ସିଲୁ ମୁଦୁଲିଙ୍କ ପୂର୍ବ ପ୍ରସ୍ତୁତି ଓ ଉଦ୍ୟମରେ ସଫଳ ହୋଇଥିଲା !






