Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ କର୍ମଚାରୀଙ୍କ ପୁଅ, ନିଜକୁ ଡିଏସପି ପରିଚୟ ଦେଇ ଲଗାଉଥିଲେ ଚୁନ, ମଦ ପିଇ ଧରାପଡିଲେ

by ସଞ୍ଜୟ ସ୍ୱାଇଁ
June 21, 2021
in Crime, State
ପୁଲିସ କର୍ମଚାରୀଙ୍କ ପୁଅ, ନିଜକୁ ଡିଏସପି ପରିଚୟ ଦେଇ ଲଗାଉଥିଲେ ଚୁନ, ମଦ ପିଇ ଧରାପଡିଲେ
437
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଚାରିଆଡ଼େ ନିଜକୁ ଡିଏସ୍‌ପି ର୍ୟାନଙ୍କ ପୁଲିସ ପରିଚୟରେ ବୁଲୁଥିଲା ଯୁବକ । କଳା ରଙ୍ଗର ସ୍କର୍ପିଓରେ ନାଲିବତୀ ଲଗାଇ ରାଜଧାନୀରେ ଚକ୍କର କାଟୁଥିଲା । ଲକ୍‌ଡାଉନ, ସଟ୍‌ଡାଉନ୍‌ର ନାକା ପଏଣ୍ଟ ଚେକିଂ କଥା ଛାଡନ୍ତୁ ବଡ଼ ବଡ଼ ପୁଲିସ ଅଧିକାରୀଙ୍କୁ ବି ଚକ୍‌ମା ଦେଇଯାଉଥିଲା। କମିଶନରେଟ୍‌ ପୁଲିସ୍‌ ଏମିତି ଏକ ନକଲି ଡିଏସ୍‌ପି ସାଜିଥିବା ଯୁବକକୁ ଅଟକ ରଖିଛି । ସପ୍ତାହନ୍ତ ସଟ୍‌ଡାଉନ୍‌ରେ ରାଜଧାନୀର ରାଜରାସ୍ତାରେ ମଦ ପିଇବା ବେଳେ ପୁଲିସ ତାକୁ ଧରିଛି। ଯୁବକର ନାଁ ଜାକେଶ କୁମାର ମହାନ୍ତି। ଘର କୋରାପୁଟ ଅଞ୍ଚଳରେ। ତା’ ବାପା ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ। କିଛି ଦିନ ହେଲା ଜାକେଶ ଏକ ସ୍କର୍ପିଓ କାର (ଓଡି୦୨ଜି ୩୨୬୫)ରେ ନାଲିବତୀ ଲଗାଇ ବୁଲୁଥିଲା। ନାକା ପଏଣ୍ଟରେ ଚେକିଂ ବେଳେ ବଡ଼ ଅଫିସର ଭାବି ପୁଲିସ କର୍ମଚାରୀ ଉକ୍ତ ଗାଡି଼କୁ ଛାଡି଼ ଦେଉଥିଲେ। ଏମିତିକି ସ୍କର୍ପିଓଟି ବାରିକେଡ୍‌ ଡେଇଁବା ବେଳେ ପୁଲିସ୍‌ମାନେ ତାକୁ ସ୍ୟାଲୁଟ୍‌ ମାରୁଥିଲେ। ରବିବାର ୟୁନିଟ୍‌ -୯ ଅଞ୍ଚଳର ଏକ ଗଳିରେ ଉକ୍ତ ସ୍କର୍ପିଓଟି ରାସ୍ତା ମଝିରେ ଅଟକିଥିଲା। ୨-୩ଜଣ ସାଙ୍ଗ ସହ ସେ ସ୍କର୍ପିଓ ଭିତରେ ମଦ ପିଉଥିଲେ। ସେମାନେ ନିଶାରେ ଚୁର୍‌ ହୋଇ ହୋ-ହଲ୍ଲା କରୁଥିଲେ । ସେଠାକାର ଜଣେ ବାସିନ୍ଦା ଏନେଇ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଜଣାଇଥିଲେ। ଘଟଣାସ୍ଥଳକୁ ପିସିଆର ଭ୍ୟାନ୍‌ ପହଞ୍ଚିବା ଦେଖି ଯୁବକମାନେ ଆହୁରି ଚିଲ୍ଲାଇଥିଲେ । ନିଜକୁ ଆଇପିଏସ୍‌ ଅଧିକାରୀ ବୋଲି କହିବା ସହ ସେଠାରୁ ଯିବାକୁ ଧମକ ଦେଇଥିଲେ। ତେବେ ଜାକେଶର ଚାଲିଚଳଣ ଉପରେ ପିସିଆର ଭ୍ୟାନ୍‌ କର୍ମଚାରୀଙ୍କ ସନ୍ଦେହ ଉପୁଜିଥିଲା। ଏନେଇ ସେମାନେ କଣ୍ଟ୍ରୋଲ ରୁମ୍‌କୁ ଖବର ଦେବା ପରେ ଅନ୍ୟ ପୁଲିସ୍‌ ଅଧିକାରୀମାନେ ସେଠାକୁ ଯାଇ ଯୁବକଙ୍କ ପରିଚୟ ପଚାରିଥିଲେ। ଜାକେଶ କୌଣସି ପ୍ରକାର ପୁଲିସ୍‌ ଆଇ-କାର୍ଡ ଦେଖାଇ ପାରିନଥିଲେ। ପୁଲିସର ସନ୍ଦେହ ଉପୁଜିବାରୁ ତାକୁ ସହିଦନଗର ଥାନାକୁ ଅଣାଯାଇଥିଲା। ଜେରା ବେଳେ ଜାକେଶର କଳା କରାନାମା ସମ୍ପର୍କରେ ପୁଲିସ୍‌ ଜାଣିବାକୁ ପାଇଲା। ପୁଲିସ ଯୁବକଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି।

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026
ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!