କୋଲକାତା, (ବାଘୁଆବାର୍ତ୍ତା): ଫଟୋ ଉଠାଇବା ବାହାନା କରି ପୂରା ପରିବାରକୁ ଡାକିନେଲା ଯୁବକ । ତାପରେ ଜଣ ଜଣ କରି ୪ ଜଣଙ୍କ ହତ୍ୟାକଲା ନରହନ୍ତା। ପଶ୍ଚିମବଙ୍ଗ କାଳିୟାଚକର ଗୁଲୁଟୋଲା ଗାଁରେ। ଅଭିଯୁକ୍ତ ଆସିଫ୍ ମୋହମ୍ମଦ ନାମକ ଜଣେ ବ୍ୟକ୍ତି ଫଟୋ ଉଠାଇବାକୁ କହି ସମସ୍ତଙ୍କୁ ଡାକି ନେଇଥିଲେ। ଏହାପରେ ଜଣ ଜଣଙ୍କୁ ପାଣିରେ ବୁଡ଼ାଇ ହତ୍ୟା କରିଥିଲା। ସମ୍ପତ୍ତି ପାଇଁ ଏଭଳି ହତ୍ୟା ଘଟଣା ଘଟିଛି ବୋଲି ପୁଲିସ ସନ୍ଦେହ କରିଛି। ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି। ଗିରଫ ଅଭିଯୁକ୍ତମାନେ ହେଲେ- ଆସିଫ୍ ସାଙ୍ଗ ସବୀର ଅଲ୍ଲୀ(୧୯) ଓ ମହମ୍ମଦମାରୁଫ(୨୧)। ମାଲଦା ଗ୍ରାମୀଣର ଅତିରିକ୍ତ ପୁଲିସ ଅଧିକ୍ଷକ ଅନୀଶ ସରକାର। ଗିରଫ ଅଭିଯୁକ୍ତମାନଙ୍କ ପାଖରୁ ୫ଟି ବନ୍ଧୁକ ୮୦ ଗୁଳ ଓ ୧୦ ମାଗାଜିନ ଜବତ କରାଯାଇଛି। ଅନୀଶ ଆହୁରି ସୂଚନା ଦେଇଛନ୍ତି ଯେ ଆସିଫ ହିଁ ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ। ସିଏ ହତ୍ୟା ପୂର୍ବରୁ ତା ସାଙ୍ଗମାନଙ୍କୁ ଏହିସବୁ ମାରଣାସ୍ତ୍ର ଦେଇଥିଲା। ପୁଲିସର ସୂଚନା ଅନୁସାରେ, ଆସିଫ୍ର ବଡ଼ ଭାଇ ଆରିଫ୍ ମୋହମ୍ମଦ ଏନେଇ ଅଭିଯୋଗ କରିବା ପରେ ହତ୍ୟକାଣ୍ଡ ସମ୍ପର୍କରେ ଜଣାପଡ଼ିଥିଲା। ପୁଲିସ ଶନିବାର ଗୁରୁଟୋଲା ଗାଁରେ ପହଞ୍ଚି ଏକ ଘରକୁ ଖୋଳିବା ପରେ ୪ ଶବ ଉଦ୍ଧାର କରିବା ସହିତ ଆସିଫକୁ ଗିରଫ କରାଯାଇଥିଲା। ପ୍ରାରମ୍ବିକ ରିପୋର୍ଟ ଅନୁସାରେ ଆସିଫ୍ ଫେବ୍ରୁଆରୀ ୨୮ ତାରିଖ ଦିନ ବାପା ଜାବେଦ ଅଲୀ(୫୦), ମା ଇରା ବିବି(୪୫), ଭଉଣୀ ଆରିଫା ଖାତୁନ(୧୭) ଓ ବୁଢ଼ିମା ଅଲେକାଜାନ ବିବି(୭୫) କୋଲ୍ଡ୍ରିଙ୍ଗସେର ନିଦ ବଟିକା ଦେଇଥିଲା। କୋଲ୍ଡ୍ରିଙ୍ଗସ ପିଇବା ପରେ ସମସ୍ତେ ବେହୋସ ହୋଇଯାଇଥିଲେ। ଏହାପରେ ସମସ୍ତଙ୍କୁ ଗୋଟିଏ ଘରକୁ ଡାକିନେଇ ହାତ ବାନ୍ଧି ଓ ପାଟିରେ ଟ୍ୟାପ ଲଗାଇ ପାଣିରେ ବୁଡ଼ାଇ ହତ୍ୟା କରିବା ପରେ ସେଇ ଘରେ ପୋତି ଦେଇଥିଲା। ଅଭିଯୁକ୍ତ ତା ବାପାଙ୍କ ଠାରୁ ଅନେକ ଟଙ୍କା ନେବା ସତ୍ତ୍ୱେ ସବୁ ସମ୍ପତ୍ତି ନିଜ ନାଁରେ କରିଦେବାକୁ ବାଧ୍ୟ କରୁଥିଲା। ସମ୍ପତ୍ତି ପାଇଁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପୋଲିସ ଅନୁମାନ କରିଛି।






