ନୟାଗଡ଼ (ସଞ୍ଜୟ କୁମାର ସ୍ୱାଇଁ): ଦୀର୍ଘ ୧୮ ବର୍ଷର ଶାସନ । ଲଗାତର ୪ଥର ମୁଖ୍ୟମନ୍ତ୍ରୀ । ୨୦୦୦ ମସିହାରୁ କ୍ରମାଗତଭାବେ ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ଲୋକପ୍ରିୟତାରେ ଏବେବି ନଂ୧ । ବିଜୁ ଜନତା ଦଳ ପାଇଁ ଏହା ଏକ ବଡ଼ ସଫଳତା । ଆସନ୍ତା ନିର୍ବାଚନ ପାଇଁ ନବୀନଙ୍କ ଲୋକପ୍ରୟି ତା ସରକାର ଗଠନ ପାଇଁ ବାଟ ଖୋଲିଯାଇଛି । ପ୍ରାକ୍ ନିର୍ବାଚନୀ ସର୍ଭେରୁ ଏହା ସ୍ପଷ୍ଟ ବାରିହୋଇ ପଡିଛି । ନବୀନଙ୍କ ସମକକ୍ଷ ଆଉ କେହି ନାହାନ୍ତି । ଏବେ ଯଦି ଲୋକସଭା ନିର୍ବାଚନ କରାଯାଏ ତେବେ ବିଜେଡି ଏକାକୀ ରାଜ୍ୟର ସମସ୍ତ ୨୧ଟି ଯାକ ଲୋକସଭା ଆସନରେ ବିଜୟୀ ହେବ ।
ଗତ କିଛିଦିନ ପୂର୍ବରୁ ବିଜେପି ସମର୍ଥିତ ଟାଇମ୍ସ୍ ନାଓ ଚ୍ୟାନେଲରେ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ରାଜ୍ୟରେ ବିଜେଡିକୁ ୧୭ଟି ଲୋକସଭା ଆସନ ଓ ବିଜେପିକୁ ୪ଟି ଲୋକସଭା ଆସନ ମିଳିବ ବୋଲି ପ୍ରାକ୍ ନିର୍ବାଚନୀ ରିପୋର୍ଟ ପ୍ରକାଶ ପା
ଇଥିଲା ।
ସ୍ୱାଭାବିକ ଭାବେ ଏହି ଚ୍ୟାନେଲ ବିଜେପିକୁ ପ୍ରାଧାନ୍ୟ ଦେବ । ଏହାସତ୍ତେ୍ୱ ବିଜୁ ଜନତା ଦଳର ଲୋକପ୍ରୟି ତାକ ୁ ସ୍ୱୀକାର କରି ୧୭ଟି ଆସନରେ ଜିତିବ ବୋଲି କୁହାଯାଇଥିଲା । ବହୁଳ ପ୍ରସାରିତ ଇଂରାଜୀ ପତକ୍ରି । ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ଏକ ପ୍ରାକ୍ ନିର୍ବାଚନୀ ସର୍ଭେ ରିପୋର୍ଟରେ ବିଜେଡି ସମସ୍ତ ୨୧ଟି ଲୋକସଭା ଆସନ ବିଜୟୀ ହେବ ବୋଲି ରିପୋର୍ଟ ବାହାରିଛି । ଏଥିରେ ନବୀନଙ୍କୁ ନିଜ ରାଜ୍ୟର ଲୋକପ୍ରିୟତାରେ ୧ନଂ ମୁଖ୍ୟମନ୍ତ୍ରୀ ଭାବେ ଉଲ୍ଲେଖ କରାଯାଇଛି । ନବୀନଙ୍କ ଲୋକପ୍ରିୟତାକୁ ନେଇ ଜାତୀୟ ରାଜନୀତିରେ ବିଜେଡିର ଭୂମିକାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରୁଛି । ରାଜ୍ୟ ରାଜନୀତିରେ ଏବେ ନବୀନଙ୍କୁ ନେଇ ଚର୍ଚ୍ଚା । ରାଷ୍ଟ୍ରତି ନିର୍ବାଚନ, ଉପରାଷ୍ଟ୍ର ତି ନିର୍ବାଚନ, ଅନାସ୍ଥା ପ୍ରସଙ୍ଗ ଓ ରାଜ୍ୟସଭାର ଉପବାଚସ୍ପତି ନିର୍ବାଚନକୁ ନେଇ ରାଜ୍ୟ ବିରୋଧି କଂଗ୍ରେସ ଓ ବିଜେପି ଉଭୟେ ସଦା ସର୍ବଦା ବିଜେଡିକୁ ଟାର୍ଗେଟ କରି ଆସିଛି । ନବୀନ କିନ୍ତୁ ଏଥିରେ ବିଚଳିତ ନୁହଁନ୍ତି । ଉଭୟ ଦଳଠାରୁ ସମଦୂରତ୍ୱ ବାର୍ତ୍ତା ରଖି ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେବାରେ ……





