ଖଣ୍ଡପଡ଼ା (ବାଘୁଆବାର୍ତ୍ତା ବ୍ୟୁରୋ): ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଠିକା କର୍ମଚାରୀମାନଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ଆଦୈା ଧ୍ୟାନଦେଉନଥିବା ଅଭିଯୋଗ ହେଉଛି । ବାରମ୍ବାର ଦାବି ସତ୍ୱେ ମଧ୍ୟ ସରକାର ସେମାନଙ୍କ କଥା ଶୁଣୁନଥିବା ପ୍ରତିବାଦରେ ରାଜ୍ୟ କର୍ମଚାରୀ ମଂଚ ଦେଇଥିବା ଆନ୍ଦୋଳନ ଡାକରାରେ ଠିକା କର୍ମଚାରୀମାନେ ସାମିଲ ହୋଇଥିବା ଜଣାଯାଇଛି । ମଂଚର ଆହ୍ୱାନ କ୍ରମେ ଠିକା ପ୍ରଥା ଉଚ୍ଛେଦ ଦାବିରେ ଠିକା କର୍ମଚାରୀମାନେ କଳାବ୍ୟାଚ୍ ପରିଧାନ କରି ଖଣ୍ଡପଡା ବନାଚଂଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମ୍ୁଖରେ ଶନିବାର ଦିନ ଶାନ୍ତିପୂର୍ଣ୍ଣଭାବେ ପ୍ରତିବାଦ କରିଥିଲେ ।
ଶୁଶାନ୍ତ କୁମାର ପାଢୀ, ହରପ୍ରସାଦ ନନ୍ଦ, ଅଖିଳ ମୋହନ ଜେନା, ସାରଥ କୁମାର ଦାସ, ଶୁକୁରୁ ପ୍ରଧାନ, ପ୍ରମୋଦ କୋଠାଳ, ସୁଦାମ ଚରଣ ସାହୁ, ଆଶୁତୋଷ ଦାସ ପ୍ରମୁଖ ଠିକା କର୍ମଚାରୀମାନେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିଥିବା ବେଳେ ଦାବି ପୂରଣ ହେବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲୁରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ରାଜ୍ୟ ସରକାର ଠିକା ପ୍ରଥା ଉଚ୍ଛେଦ ନିମନ୍ତେ ଦୃଷ୍ଟି ଦେବାକୁ ଆନ୍ଦୋଳନରତ ଠିକା କର୍ମଚାରୀମାନେ ଦାବି କରିଛନ୍ତି ।





