ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜଧାନୀ ଭୁବନେଶ୍ୱରରେ ଠାବ ହୋଇଛି ସେକ୍ସ ରାକେଟ । ଗେଷ୍ଟ ହାଉସରେ ଚାଲିଥିଲା ଦେହ ବ୍ୟବସାୟ। ବୁଦ୍ଦେଶ୍ୱରୀ କଲୋନୀ ଅଞ୍ଚଳରେ ଚାଲିଥିଲା ହାଇପ୍ରୋଫାଇଲ ସେକ୍ସ ରାକେଟ । ଜଣେ ଯୁବତୀ ଉଦ୍ଧାର ସହ ତିନି ଗ୍ରାହକଙ୍କୁ ଅଟକ ରଖିଛି ପୋଲିସ। ସେକ୍ସ ରାକେଟ ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଚଢ଼ାଉ କରିଥିଲା । କେବେଠାରୁ ଚାଲିଥିଲା ସେକ୍ସ ରାକେଟ୍, କେଉଁଠାରୁ ଯୁବତୀ ଆସୁଥିଲେ ତା’ର ଖୋଲତାଡ଼ କରୁଛି ପୋଲିସ। ଅପରପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ସଂକଟ ଟଳିନି । ଏଭଳି ସମୟରେ ଅତ୍ୟାବଶ୍ୟକୀୟ କାର୍ଯ୍ୟ ନେଇ ଚଳାଚଳକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଥିବା ବେଳେ ସପ୍ତାହାନ୍ତ ସଟ୍ଡାଉନ୍ ବଳବତ୍ତର ରହିଛି । ଏଭଳି ସମୟରେ ପୁଣି ରାଜଧାନୀରେ ସେକ୍ସ ରାକେଟ ଭୂତାଣୁ ସଂକମ୍ରଣ ଆଶଙ୍କାକୁ ମଧ୍ୟ ବୃଦ୍ଧି କରୁଛି ।






