ନାରାୟଣପୁର, (ବାଘୁଆବାର୍ତ୍ତା): ଓଡିଶା-ଛତିଶଗଡ ସୀମାନ୍ତ ନାରାୟଣପୁରରେ ଏନ୍କାଉଣ୍ଟର । ଆର୍ଛା ଜଙ୍ଗଲରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି । ପୋଲିସ ଗୁଳିରେ ୨ ଜଣ ହାର୍ଡକୋର ମାଓ କମାଣ୍ଡର ନିହତ ହୋଇଥିବା ସଚୂନା ମିଳିଛି । ଜଙ୍ଗଲରୁ ରାଇଫଲ, ପିସ୍ତଲ ସହିତ ବିପୁଳ ପରିମାଣର ଅଫୁଟା ଗୁଳି ଜବତ କରିଛି ପୋଲିସ । ବର୍ତ୍ତମାନ ନାରାୟଣପୁର ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।





