Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସବୁଠାରୁ ଦାମୀ ଲୁଣ, ଏକ କିଲୋ ପ୍ରତି ୨୯,୦୦୦/-

by ସଞ୍ଜୟ ସ୍ୱାଇଁ
June 20, 2021
in Health, State
ସବୁଠାରୁ ଦାମୀ ଲୁଣ, ଏକ କିଲୋ ପ୍ରତି ୨୯,୦୦୦/-
234
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସାଧାରଣତଃ ଆମେ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଲୁଣର ବ୍ୟବହାର କରିଥାଉ । ହେଲେ କଣ ଆପଣ ମାନେ ମାତ୍ର ୨୫୦ ଗ୍ରାମ ଲୁଣ ପାଇଁ ୭ହଜାର ୩୪୮ ଖର୍ଚ୍ଚ କରିପାରିବେ କି ? ତେବେ ଏହା ଆପଣ ମାନଙ୍କୁ ମଜାକ୍ ଲାଗୁଥିଲେ ବି ସତ । ଏହି ଲୁଣ ହେଉଛି ଦୁନିଆର ସବୁଠାରୁ ଦାମୀ ଲୁଣ । ଏହାର ନାମ ହେଉଛି କୋରିଆନ ବାମ୍ବୋ ସଲ୍ଟ । ଏହାକୁ ବାଇଗଣୀ ଲୁଣ ବା ପର୍ପଲ୍ ସଲ୍ଟ ବୋଲି ମଧ୍ୟ କୁହାଯାଏ । ତେବେ କୋରିଆନ ସଲ୍ଟ ବୋଲି କହିବାର ତାତ୍ପର୍ୟ୍ୟ ହେଲା ଏହି ଲୁଣକୁ କୋରିଆନ ମାନେ ଅଧିକ ମାତ୍ରାରେ ବ୍ୟବହାର କରନ୍ତି । ହେଲେ ଏଥିରେ ଏପରି କଣ ରହିଛି ଯେଉଁଥିପାଇଁ ଏହାର ଦାମ୍ ଏତେ ଅଧିକ ? ତେବେ ଚାଲନ୍ତୁ ଜାଣିବା ଏହି ଲୁଣ ସମ୍ପର୍କରେ । ବାଉଁଶ ଲୁଣ କୋରିଆ ରନ୍ଧନ ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଆସଛି । ଏଥିରେ ଔଷଧୀୟ ଗୁଣ ରହିଥିବା ଯୋଗୁଁ ପାରମ୍ପରିକ କୋରିଆ ଔଷଧରେ ଏହାକୁ ବ୍ୟବହୃତ କରାଯାଉଥିଲା । ଏହି ଲୁଣ ଖୁବ୍ ମହଙ୍ଗା ଏବଂ ବିଶ୍ୱର ଅନ୍ୟ ଲୁଣ ପ୍ରକାରଠାରୁ ଏହା ସବୁଠାରୁ ଭିନ୍ନ । ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ଯେ ବମ୍ବୋ ଲୁଣ କିଲୋ ପିଛା ପାଖାପାଖି ୨୯ ହଜାର ଟଙ୍କା । କିପରି ପ୍ରସ୍ତୁତ ହୁଏ – ବାଉଁଶ ଲୁଣକୁ ତିଆରି କରିବା ପାଇଁ ପ୍ରଥମେ ବାଉଁଶ କେସ୍ ବା ଗୋଲ ଆକୃତିର କଟାଯାଇଥିବା ବ୍ୟାରେଲ୍ ଭିତରେ ସମୁଦ୍ର ଲୁଣ ଭରାଯାଏ ଏବଂ ତାକୁ ଉଚ୍ଚ ତାପମାତ୍ରାରେ ଭଜା ଯାଇ ପ୍ରସ୍ତୁତ କରାଯାଏ । ବାଉଁଶ କେସ୍ ରେ ଲୁଣ ରଖି ଭାଜିବା ଦ୍ଵାରା ବାଉଁଶରେ ରହିଥିବା ଖଣିଜ ପଦାର୍ଥ ଲୁଣ ସହିତ ମିଶିଯାଏ । ଯଦ୍ୱାରା ଏହି ଲୁଣ ଖଣିଜ ପଦାର୍ଥଯୁକ୍ତ ଲୁଣରେ ପରିଣତ ହୋଇଯାଏ । ତେବେ ବାଉଁଶ ଏବଂ ଲୁଣର ଏହି ଇନଫ୍ୟୁଜନ୍ ରେ ଅନେକ ଥର ଭଜା ହେବା ଦ୍ୱାରା ଲୁଣର ରଙ୍ଗ ପରିବର୍ତ୍ତନ ହୁଏ । ଏହାପରେ ଏହି ଲୁଣ ଏକ ଦୃଢ଼ ପଥର ଆକୃତିକୁ ଚାଲିଆସେ । ଯାହାକୁ ଭାଙ୍ଗି ଗୁଣ୍ଡ କରି ବ୍ୟବହାର ମଧ୍ୟ କରାଯାଏ । କାହିଁକି ଏହା ଦାମୀ – ତେବେ ଏହି ଲୁଣର ଦାମ୍ ଆକାଶଛୁଆଁ ହେବାର କାରଣ ହେଉଛି ଏହାକୁ ପ୍ରସ୍ତୁତ କରିବାରେ ହେଉଥିବା ପରିଶ୍ରମ । ଯାହା ଏହାକୁ ମହଙ୍ଗା କରୁଛି । ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ଅଧିକାଂଶ ଜିନିଷ ମାନୁଆଲରେ କରାଯାଇଥାଏ । ବାଉଁଶ କେସରେ ସମୁଦ୍ର ଲୁଣ ଭରିବା ଠାରୁ ଆରମ୍ଭ କରି କଠିନ ଲୁଣ ଭାଙ୍ଗିବା ଏବଂ ଗୁଣ୍ଡ କରିବା ପର୍ୟ୍ୟନ୍ତ ସବୁ କିଛି ହାତରେ ତିଆରି କରାଯାଏ । ବାସ୍ତବରେ, ପ୍ରିମିୟମ୍ ବାଇଗଣୀ ଲୁଣ(ପର୍ପଲ ସଲ୍ଟ) ଏହାକୁ ଉଚ୍ଚ ତାପମାତ୍ରାରେ ୯ଥର ଭଜାଯାଏ କରାଯାଏ । ଏହାକୁ ତିଆରି କରିବା ପାଇଁ ପ୍ରାୟ ୪୦ ରୁ ୫୦ ଦିନ ଲାଗିଥାଏ । ବାଉଁଶ ବ୍ୟାରେଲଗୁଡିକ ରାନ୍ଧିବା କିମ୍ବା ଭଜା କରିବା ପ୍ରକ୍ରିୟାକୁ ୮୦୦ ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରାରେ କରାଯାଇଥାଏ ଏବଂ ଭଜା କରିବାର ଅନ୍ତିମ ପ୍ରକ୍ରିୟାକୁ ପ୍ରାୟ ୧୦୦୦ ଡିଗ୍ରୀ ସେଲସିୟସରେ କରାଯାଇଥାଏ । ଏକ ସ୍ୱତନ୍ତ୍ର ଚୁଲିରେ ଖୁବ୍ ଯତ୍ନର ସହିତ ତିଆରି କରାଯାଏ । ଯାହା ଲୁଣକୁ ଏକ ବଡ଼ ବଡ଼ କଠିନ ପଥରରେ ପରିଣତ କରେ । ଆଉ ପରେ ଏହାକୁ ଚୂର୍ଣ୍ଣକରି ପ୍ୟାକେଜ ପାଇଁ ପ୍ରସ୍ତୁତ କରାଯାଏ । ଏହି ପୂରା ପ୍ରକ୍ରିୟା ହିଁ ଲୁଣକୁ ଦାମୀ କରେ । ବିଶ୍ୱାସ କରାଯାଏ ଯେ ବାଉଁଶ ଲୁଣ ଖାଇବା ଦ୍ବାରା ଶରୀରରେ ହଜମ ପ୍ରକ୍ରିୟା, ଓରାଲ୍ ହେଲ୍ଥ, ଚର୍ମର ଯତ୍ନ ଏବଂ ଏହାର ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ କର୍କଟ ବିରୋଧରେ ପ୍ରଭାବଶାଳୀ ହୋଇଥାଏ । ଅଧ୍ୟୟନ ଅନୁଯାୟୀ, ବାଉଁଶ ଲୁଣରେ ମିନେରାଲ୍ ଭରପୁର ରହିଛି । ନିୟମିତ ସମୁଦ୍ର ଲୁଣ ତୁଳନାରେ ଏଥିରେ ଲୌହ, ପୋଟାସିୟମ୍ ଏବଂ କ୍ୟାଲସିୟମ୍ ଭରପୂର ରହିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ତେଣୁ ଏଥିରେ ସ୍ୱାସ୍ଥ୍ୟ ଜନିତ ଉପଯୋଗ ଖୁବ୍ ଅଧିକ ରହିଥାଏ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!