Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କେଜ୍ରିୱାଲ ସରକାରଙ୍କ ବଡ ଘୋଷଣା

by ସଞ୍ଜୟ ସ୍ୱାଇଁ
June 20, 2021
in NATIONAL NEWS, Planning and Development
କେଜ୍ରିୱାଲ ସରକାରଙ୍କ ବଡ ଘୋଷଣା
323
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଦିଲ୍ଲୀର କେଜ୍ରିୱାଲ ସରକାର ରାଜ୍ୟର ୬ଟି ପରିବାରକୁ ୧କୋଟି ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି । ଡ୍ୟୁଟିରେ ଥାଇ ପ୍ରାଣ ହରାଇଥିବା ଯବାନ, ପୋଲିସ୍ ଓ ସିଭିଲ୍ ଡିଫେନ୍ସ କର୍ମଚାରୀଙ୍କ ପରିବାରକୁ ଏହି ସହାୟତର ରାଶି ପ୍ରଦାନ କରାଯିବ । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହାକୁ ଅନଲାଇନ୍ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରି କହିଛନ୍ତି ଯେ ବାୟୁସେନା, ଦିଲ୍ଲୀ ପୋଲିସ୍ ଏବଂ ସିଭିଲ୍ ଡିଫେନ୍ସ ୬ଜଣ କର୍ମଚାରୀଙ୍କ ପରିବାରକୁ ଏହି ସହୟତା ରାଶି ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରେ ରହିଛନ୍ତି ୩ଜଣ ଏୟାର ଫୋର୍ସ କର୍ମଚାରୀ, ୨ଜଣ ଦିଲ୍ଲୀ ପୋଲିସ୍ କର୍ମଚାରୀ ଓ ଜଣେ ସିଭିଲ୍ ଡିଫେନ୍ସ କର୍ମଚାରୀଙ୍କ ପରିବାର ରହିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏଭଳି ଏକ ଯୋଜନାର ଘୋଷଣା କରିଥିଲେ । ଅନ୍ୟପଟେ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି କି ଦେଶକୁ ବାହ୍ୟ ତଥା ଆଭ୍ୟନ୍ତରୀଣ ବିପଦରୁ ରକ୍ଷା କରୁଥିବା ବେଳେ ସର୍ବୋଚ୍ଚ ସହିଦ ହୋଇଥିବା ଏହି ସାହାସୀମାନଙ୍କୁ ମୁଁ ପ୍ରଣାମ କରୁଛି । ଦିଲ୍ଲୀ ସରକାର ସେମାନଙ୍କ ପରିବାରକୁ ୧କୋଟି ଟଙ୍କାର ସମ୍ମାନ ପ୍ରଦାନ କରିବେ । ଆମେ ଏହି ପରିବାରମାନଙ୍କୁ କହିବାକୁ ଚାହୁଁଛୁ ଦେଶ ଆପଣଙ୍କ ସହିତ ଅଛି । ଦେଶ ଆପଣଙ୍କ ପୁଅ ପାଇଁ ଗର୍ବିତ । ବର୍ତ୍ତମାନ ଏହି ଯୋଜନା ସିଆରପିଏ, ଦିଲ୍ଲୀ ପୋଲିସ୍, ଆର୍ମି କର୍ମଚାରୀଙ୍କ କ୍ଷେତ୍ରରେ ବି ଲାଗୁ କରାଯାଇଛି । ଏହି ଯୋଜନା ଅନୁଯାୟୀ ଡ୍ୟୁଟିରେ ଥାଇ ପ୍ରାଣ ହରାଉଥିବା କର୍ମଚାରୀଙ୍କ ପରିବାରକୁ ୧କୋଟି ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!