ନୟାଗଡ଼,(ବାଘୁଆବାର୍ତ୍ତା): ବାଣିଗୋଚ୍ଛା ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଦଶପଲ୍ଲା ଥାନା ଓଡ଼ସର ଗ୍ରାମର ବୋଲି ଜଣାପଡ଼ିଛି । ସୂଚନାନୁସାରେ, ଯୁବକ ଜଣଙ୍କ ନାବାଳିକାକୁ ପ୍ରେମ ଜାଲରେ ଫସାଇ ବିବାହ କରିବାକୁ ପ୍ରତିଶୃତି ଦେଇଥିଲେ । ନାବାଳିକା ସହ ବାରମ୍ବାର ଯୌନ ସମ୍ପର୍କ ରଖିଥିଲେ । ଏବେ ଯୁବକ ଧରାଛୁଆଁ ଦେଉନଥିବାରୁ ଯୁବତୀଙ୍କ ପରିବାର ଥାନାର ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ପୁଲିସ ଅଭିଯୋଗକୁ ଭିତ୍ତି କରି ୩୦/୨୧ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।






