ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଏନଟିପିସିକୁ ମିଳିଲା ଭାରତର ସର୍ବଶ୍ରେଷ୍ଠ ନିଯୁକ୍ତିଦାତା ସମ୍ମାନ । ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନକୁ ପ୍ରଥମ ଥର ୨୦୨୧ ରାଷ୍ଟ୍ରା ନିର୍ମାତାଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ନିଯୁକ୍ତିଦାତା ସମ୍ମାନ ମିଳିଛି । ପ୍ଲେସ୍ ଟୁ ୱାର୍କ ଇନିଷ୍ଟିଚ୍ୟୁଟ୍ ଦ୍ୱାରା ଲଗାତର ୧୫ବର୍ଷ କାର୍ଯ୍ୟ ଲାଗି କର୍ମଚାରୀଙ୍କ ନିମନ୍ତେ ଶ୍ରେଷ୍ଠ କାର୍ଯ୍ୟସ୍ଥଳର ମାନ୍ୟତା ମିଳିଛି । ଭାରତରେ ଏନଟିପିସି ଏକମାତ୍ର ସାର୍ବଜନିକ ଉପକ୍ରମ ଯାହା ଦେଶର ଶ୍ରେଷ୍ଠ କାର୍ଯ୍ୟସ୍ଥଳ ଭାବେ ଲଗାତାର ସମ୍ମାନୀତ ହୋଇଆସୁଛି । ଜିପିଟିଡବ୍ଲୁଙ୍କ ସର୍ବଶ୍ରେଷ୍ଠ ସୂଚୀକୁ ପ୍ରତିବର୍ଷ ଉନ୍ନତି ହେବା ସଂସ୍ଥାର କାର୍ମିକ ପ୍ରଥା ଓ ଦୃଷ୍ଟିକୋଣରୁ ଏକ ପ୍ରମାଣ ବୋଲି କେନ୍ଦ୍ର ବିଦ୍ୟୁତ୍ ମନ୍ତ୍ରଣାଳୟ କୁହାଯାଇଛି । ଏହା ଛଡା ଚଳିତବର୍ଷ ମାର୍ଚ୍ଚ ମାସରେ ଦେଶର ଲୋକ ପରିଚାଳନା କ୍ଷେତ୍ରରେ ଏନଟିପିସି ପିଏସୟୁ ସିଆଇଆଇ ଏଚଆରଏକ୍ସଲେନ୍ସ ରୋଲ ମଡେଲ ପୁରସ୍କାରରେ ମଧ୍ୟ ସମ୍ବର୍ଦ୍ଧିତ ହୋଇଛି ।





