ସୋର, (ବାଘୁଆବାର୍ତ୍ତା): ଏବେ ମୋବାଇଲ୍ ନିଶା ଅନେକକଙ୍କୁ ଘାରିଛି । କାହାରୁ ଫେସ୍ବୁକ୍ ହ୍ୱାଟସ୍ ଆପ୍ ପରି ସାମାଜିକ ଗଣମାଧ୍ୟମରେ ନିଶା ତ କାହାକୁ ଗେମ୍ର ନିଶା । ବେଶୀ ଛୋଟ ପିଲା ଏବଂ ନାବାଳକମାନଙ୍କୁ ଗେମ୍ ନିଶା ଘାରିଛି । କିଏ ବାପାମାଙ୍କ ଆକାଉଣ୍ଟରୁ ହଜାର ହଜାର ଟଙ୍କା ବ୍ୟୟ କରି ଗେମ୍ ଖେଳୁଛି ତ କିଏ ଜୀବନ ହାରିଲାଣି । ଏପିର ଏକ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଘଟିଛି । ବାହାନଗା ବ୍ଲକ କୁରୁଡ଼ା ଗାଁରେ ଏହି ଅଘଟଣ ଘଟିଛି । ଦଶମ ଶ୍ରେଣୀର ଛାତ୍ର ମୋବାଇଲ୍ରେ ଗେମ୍ ଖେଳୁଥିଲା । ତାକୁ ତା ବାପା ମୋବାଇଲ୍ ବାରଣ କରିଥିଲେ । ଏଥିରେ ରାଗିଯାଇ ସେ ଗଡାଣରେ ଗାମୁଛା ଲଗାଇ ଝୁଲି ପଡିଥିଲା । ପରେ ପରିବାର ଲୋକ ତାକୁ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।





