Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭର୍ଚୁଆଲ ଟୁର, ରବିବାର ଦିନ ଜୁଆଙ୍ଗ ଘର ଦର୍ଶକମାନେ ଦେଖିପାରିବେ

by ସଞ୍ଜୟ ସ୍ୱାଇଁ
June 19, 2021
in Feature News
ଭର୍ଚୁଆଲ ଟୁର, ରବିବାର ଦିନ ଜୁଆଙ୍ଗ ଘର ଦର୍ଶକମାନେ ଦେଖିପାରିବେ
45
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ମହାମାରୀ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇଛି । ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍‌ସିଏସ୍‌ଟିଆର୍‌ଟିଆଇ ପରିସରରେ ଥିବା ଜନଜାତି ସଂଗ୍ରହାଳୟ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିଛି । ବିଭାଗ ପକ୍ଷରୁ ଭର୍ଚୁଆଲ ମୋଡ୍‌ରେ ପ୍ରତି ରବିବାର ଦିନ ସଂଗ୍ରହାଳୟକୁ ବୁଲିବାର ବ୍ୟବସ୍ଥା କରାଯାଇଛି । ରବିବାର ଅର୍ଥାତ୍‌ ଜୁନ୍‌ ୨୦ ତାରିଖ ଦିନ ଦର୍ଶକମାନେ ଫେସବୁକ୍‌ ଓ ଟୁଇଟର ପେଜ୍‌  ଖୋଲି ଜୁଆଙ୍ଗ ଘର ଦେଖିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡଃ) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି । ଜୁଆଙ୍ଗମାନେ ସାଧାରଣତଃ କେଉଁଝରର ପାର୍ବତ୍ୟ ଉପତ୍ୟକା ଓ ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲାର ସମତଳ ଅଞ୍ଚଳରେ ବାସ କରିଥା’ନ୍ତି । କୃଷି, ପୋଡ଼ୁଚାଷ, ଶିକାର, ଜଙ୍ଗଲରୁ ଖାଦ୍ୟ ସଂଗ୍ରହ ସେମାନଙ୍କର ମୁଖ୍ୟ ଜୀବିକା । ଝରକା ନଥିବା ଏକ ବଖରିଆ ଘରେ ଜୁଆଙ୍ଗମାନେ ବସବାସ କରନ୍ତି । ଏହି ଘର ମଧ୍ୟରେ କାଠର ଚଉତରା ଥାଏ । ସେଥିରେ ଶସ୍ୟ ସଂରକ୍ଷିତ ରଖାଯାଏ । କବାଟ ପାଖରେ ଏକ ମୋର୍‌ଟାର ବା ହେମଦସ୍ତା ଆକୃତିର ପଥର ରଖାଯାଇଥାଏ । ଜୁଆଙ୍ଗ ଘର ଭିତରେ ଏକ ଚୁଲା ଥାଏ । ଜୁଆଙ୍ଗମାନଙ୍କ ଡର୍‌ମିଟୋରି ବା ସୁପ୍ରଶସ୍ତ ବୈଠକ ଗୃହକୁ ‘ମଣ୍ଡଘର’ କୁହାଯାଏ । ଅବିବାହିତ ଯୁବକମାନେ ‘ମଣ୍ଡଘର’ ମଧ୍ୟରେ ରାତ୍ରିଯାପନ କରିଥା’ନ୍ତି । ଦିନବେଳା ଏହି ‘ମଣ୍ଡଘର’ରେ ଗ୍ରାମର ସଭା ଅନୁଷ୍ଠିତ ହୋଇଥାଏ । ବର୍ଷସାରା ଏଠାରେ ଏକ କୋଣରେ ନିଆଁ ଜଳାଇ ରଖାଯାଇଥାଏ । ‘ମଣ୍ଡଘର’ ମଧ୍ୟରେ ଶସ୍ୟର ବିହନ କାଠରେ ତିଆରି ଏକ ଭାଡ଼ି ଉପରେ ରଖାଯାଇଥାଏ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!