ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଘଟିଥିବା ନିର୍ବାଚନୀ ହିଂସାକୁ ନେଇ ହୋଇଥିଲା ମାମଲା । ଏହି ହିଂସାକୁ ନେଇ ସୁପ୍ରିମକୋର୍ଟରେ ମାମଲା ଆବେଦନ କରାଯାଇଥିଲ । ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣିରୁ ଆଜି ଜଣେ ବିଚାରପତି ଓହରି ଯାଇଛନ୍ତି । ସୂଚନାନୁସାରେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାପଳ ଆସିବା ପରେ ପରେ ନିର୍ବାଚନୀ ହିଂସା ଦେଖା ଦେଇଥିଲା । ଏହି ହିଂସାରେ ଏକାଧିକ ବିଜେପି ନେତାଙ୍କୁ ହତ୍ୟା କରାଯାଇଥରବା ନେଇ ଅଭିଯୋଗ ହୋଇଥିଲା । ଏହାର ଶୁଣାଣି ସୁପ୍ରିମକୋର୍ଟ ହେବାର ଥିଲା । ଏହି ଅଭିଯୋଗର ଶୁଣାଣି ପୂର୍ବରୁ ବିଚାରପତି ଇନ୍ଦିରା ବାନାର୍ଜୀ ନିଜ ଆଡୁ ଏହି ଆବେଦନର ଶୁଣାଣିରୁ ଓହରି ଯାଇଛନ୍ତି । ହିଂସାରେ ପିଡିତ ଲୋକଙ୍କ ପରିବାର ବର୍ଗ ଘଟଣାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଜବାବ ତଲବ କରିଥିଲେ ।





