ଭୁବନେଶ୍ଵର, (ବାଘୁଆବାର୍ତ୍ତା): ଦେଶରେ ୪୦ ହଜାର ସାମ୍ପୁଲର ଜିନୋମ ସିକ୍ଵେନ୍ସିଂ ହୋଇଛି। ସାରା ଦେଶରେ ୨୮ଟି ଲ୍ୟାବରେ ଜିନୋମ ସିକ୍ଵେନ୍ସିଂ ହେଉଛି। ବିହାର, ଛତିଶଗଡ଼, ଓଡ଼ିଶା, ଓ ଝାଡଖଣ୍ଡରେ ସାମ୍ପୁଲକୁ ନେଇ ଆଇଏଲଏସ୍ ଜିନୋମ ସିକ୍ଵେନ୍ସିଂ ହେଉଛି । ଅଧିକ ସାମ୍ପୁଲର ଜିନୋମ ସିକ୍ଵେନ୍ସିଂ କରାଗଲେ ଡେଲ୍ଟା ପ୍ଲସ ଭାଇରସ୍ ସ୍ଥିତି କଣ ରହିଛି ଜଣାପଡିବ ବୋଲି କହିଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା। ଆଇଏଲଏସ୍ ନିର୍ଦ୍ଦେଶକ କହିଛନ୍ତି ଯେ, ସମଗ୍ର ଦେଶରେ ୬ଟି କେସରେ ଡେଲ୍ଟା ପ୍ଲସ ଭାଇରସ୍ ଡ଼ିକେଟ ହୋଇଛି । ଏଥି ମଧ୍ୟରୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ଦୁଇଟି ରହିଥିବା ଜଣା ପଡିଛି । ଲକଡ଼ାଉନ କୋହଳ ହେବା ପରେ ଲୋକମାନେ କଟକଣା ମାନୁ ନାହାନ୍ତି । ଯେଉଁଥିପାଇଁ ସଂକ୍ରମଣ ବଢିବାର ଚାନ୍ସ ରହୁଛି । ତେଣୁ ସମସ୍ତେ ସରକାରଙ୍କ ଗାଇଡଲାଇନକୁ ସଠିକ ଭାବେ ଅନୁପାଳନ କରନ୍ତୁ । ସେହିପରି ଭ୍ୟାକ୍ସିନ ନେବା ପରେ କାହିଁକି ଲୋକମାନେ ସଂକ୍ରମିତ ହେଉଛନ୍ତି ସେ ନେଇ ଆଇଏଲଏସ୍ ନିର୍ଦ୍ଦେଶକ କହିଛନ୍ତି ଯେ, ଆନାଲିସିସ୍ କରିବା ପାଇଁ ଟେକନିକାଲ କମିଟି ଗଠନ କରାଯାଇଛି । ଆଜି ଏହି କମିଟିର ପ୍ରଥମ ବୈଠକ ବସିବାକୁ ଯାଉଛି । ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା ଚାଲିଛି । ଦରକାର ପଡିଲେ ଅନ୍ୟ ଏକ୍ସପର୍ଟ କମିଟିର ସହାୟତା ନେବୁ । ତେବେ ଆଇସିଏମଆର ଡାଟା ଅନୁଯାୟୀ ଦେଶରେ ୦.୦୪ ପ୍ରତିଶତ ପ୍ରଥମ ଡୋଜ ୦.୦୩ ପ୍ରତିଶତ ସେକେଣ୍ଡ ଡୋଜ ନେଇ ସଂକ୍ରମିତ ହେଉଛନ୍ତି । ମାତ୍ର ଭ୍ୟାକ୍ସିନେସନ ପରେ ୭୫ ଭାଗ ଲୋକଙ୍କୁ ମେଡ଼ିକାଲ ଯିବାକୁ ପଡୁନି, ଯାହାକି ଆଶ୍ଵସ୍ତିର ବିଷୟ।





