ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆଉ ନାହାନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । ଗତକାଲି ବିଳମ୍ବିତ ରାତିରେ କୋଲକାତାର ଏକ ହସ୍ପିଟାଲରେ ଇକମୋ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ବର୍ତ୍ତମାନର ଯାହା ତାଜା ସୂଚନା ରହିଛି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପ୍ରାର୍ଥିବ ଶରୀରକୁ କୋଲକାତାରୁ ବାଲେଶ୍ୱର ଜିଲ୍ଲାରେ ପହଞ୍ଚିଛି । ସେଠାରେ ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିଆଯିବ । ତା’ପରେ ଅପରାହ୍ଣରେ ପ୍ରାର୍ଥିବ ଶରୀର କଟକରେ ପହଞ୍ଚିବା ପରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି । ସୂଚନାନୁସାରେ, ଭିଜିଲାନ୍ସ ନିର୍ଦ୍ଦେଶକ ଥିବା ଦେବାଶିଷ ପାଣିଗ୍ରାହୀ କିଛିଦିନ ହେଲା କରୋନାରେ ସଂକ୍ରମିତ ହୋଇ କଟକରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ କେ ଘରୋଇ ହସ୍ପିଟାଲରୁ ଇକମୋ ଚିକିତ୍ସା ପାଇଁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରଙ୍କ ସବୁ ଉଦ୍ୟମ ସତ୍ତେ୍ୱ ଦେବାଶିଷଙ୍କୁ ବଞ୍ଚାଇବା ପାରିନଥିଲେ । ଇକମୋ ଚିକିତ୍ସାଧରନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିଲା । ଦେବାଶିଷଙ୍କ ବିୟୋଗରେ ବୀଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ପୁଲିସ୍ ବିଭାଗରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ସୂଚାରୁ ରୂପେ କାର୍ଯ୍ୟ ସଂପାଦନ କରିଥିଲେ । ସେ ଜଣେ ଭଲ ସୁସାହିତ୍ୟିକ ବି ଥିଲେ ।





