ନୟାଗଡ଼,(ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ବାଣିଗୋଚ୍ଛା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ସାଗର ଦଳେଇକୁ ଗତକାଲି ଜିଲ୍ଲା ପୁଲିସ ୩ ଦିନିଆ ରିମାଣ୍ଡରେ ନେଇଛି । ଘଟଣାର ଛାନଭିନ୍ କରିବାକୁ ପୁଲିସ ଏଭଳି ପଦକ୍ଷେପ ନେଇଥିବା ବେଳେ ଉଦ୍ଧାର ହୋଇଥିବା ନାବାଳିକା ଶବର ଗୋଟିଏ ହାତ କୁଆଡ଼େ ଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାଗର ଜଣେ ନାବାଳିକାକୁ ମୋବାଇଲରେ ପର୍ଣ୍ଣ ଭିଡିଓ ଦେଖାଇ ଦୁଷ୍କର୍ମ କରିଥିଲା । ପରେ ଏକ ପ୍ଲାଷ୍ଟିକ ରଶି ସାହାର୍ଯ୍ୟରେ ତଣ୍ଟି ଚିପି ହତ୍ୟା କରିଥିଲା । ଅଭିଯୁକ୍ତକୁ ପଚରାଉଚରା ପରେ ସେ ହତ୍ୟାକାଣ୍ଡକୁ ସ୍ୱୀକାର କରିଥିଲା । ବୁଧବାର ନାବାଳିକାର ଗଳିତ ଶବ ଉଦ୍ଧାର କରାଯାଇଥିଲା । ଉଦ୍ଧାର ହୋଇଥିବା ଶବରେ ଏକ ହାତ ନଥିବା ଦେଖାଯାଇଛି । ଗୋଟିଏ ହାତଟି କୁଆଡ଼େ ଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାରେ ଅଭିଯୁକ୍ତ ନିଜେ ସବୁ କାଣ୍ଡ ଘଟାଇଛି, ନା ଏଥିରେ ଅନ୍ୟ କାହାର ହାତ ରହିଛି ଏବେ ତଦନ୍ତ ସାପେକ୍ଷ ବୋଲି ମତ ପ୍ରକାଶ ପାଇଛି ।







