Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଚାରପତିଙ୍କୁ ବଦଳାଇବା ଲାଗି ହାଇକୋର୍ଟଙ୍କୁ ମମତା ବାନାର୍ଜୀଙ୍କ ଚିଠି

by ସଞ୍ଜୟ ସ୍ୱାଇଁ
June 19, 2021
in Nayagarh
ବିଚାରପତିଙ୍କୁ ବଦଳାଇବା ଲାଗି ହାଇକୋର୍ଟଙ୍କୁ ମମତା ବାନାର୍ଜୀଙ୍କ ଚିଠି
223
VIEWS
Share on FacebookShare on Twitter

କୋଲ୍‌କାତା,(ବାଘୁଆବାର୍ତ୍ତା): ପଶ୍ଚିମବଙ୍ଗର ନିନ୍ଦିଗ୍ରାମ ଆସନରେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚାଲେଞ୍ଜ୍‌ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫାଇଲ୍‌ କରିଥିବା ପିଟିସନ୍‌ର ଶୁଣାଣି ଅନ୍ୟ ଜଣେ ବିଚାରପତି କରନ୍ତୁ ବୋଲି କୋଲ୍‌କାତା ହାଇକୋର୍ଟଙ୍କୁ ସେ (ମମତା ବାନାର୍ଜୀ) ଅନୁରୋଧ କରିଛନ୍ତି। ସମ୍ପ୍ରତି ଏହି ମାମଲା ବିଚାରପତି କୌଶିକ ଚନ୍ଦାଙ୍କୁ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତରଫରୁ ତାଙ୍କ ଆଡ୍‌ଭୋକେଟ୍‌ ‌ଏ ସଂକ୍ରାନ୍ତରେ ଲେଖିଥିବା ଚିଠିଟିକୁ ଜୁନ୍ ୧୬ ତାରିଖ ଦିନ କାଲ୍‌କାଟା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଦିଆଯାଇଛି। ଦୁଇଟି କାରଣ ଯୋଗୁଁ ମୁଖ୍ୟମନ୍ତ୍ରୀ ବାନାର୍ଜୀ ବିଚାରପତି ପରିବର୍ତ୍ତନ କରାଇବା ପାଇଁ ଚିଠିରେ ଅନୁରୋଧ କରିଛନ୍ତି। ଚିଠିରେ ଉଲ୍ଲେଖ ଅଛି, ଅତୀତରେ ବିଚାରପତି ଚନ୍ଦା ‘ବିଜେପି’ ସହ ସମ୍ପୃକ୍ତ ଥିଲେ। ତେଣୁ, ବିଚାର ଏକତରଫା ହୋଇ ‘ବିଜେପି’ ସପକ୍ଷରେ ଚାଲିଯିବାର ଆଶଙ୍କା ଅଛି। ଏହାଛଡ଼ା, ବିଚାରପତି ଚନ୍ଦାଙ୍କୁ କାଲ୍‌କାଟା ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ କରାଯିବାରୁ ଏପ୍ରିଲ୍‌ ମାସରେ ମମତା ବାନାର୍ଜୀ ଆପତ୍ତି କରିଥିଲେ। ଏଥିପାଇଁ ମଧ୍ୟ ବିଚାର ଏକତରଫା ହୋଇ ପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ନ୍ୟାୟପାଳିକା ଉପରେ ସର୍ବସାଧାରଣଙ୍କର ଭରସା ଅତୁଟ ରହିବା ଉପରେ ଗୁରୁତ୍ବାରୋପ କରାଯାଇ ଏହି ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଖାଲି ବିଚାର କରିଦେଲେ ଚଳିବ ନାହିଁ; ଉଚିତ ବିଚାର ହୋଇଛି ବୋଲି ଦର୍ଶାଇ ଦିଆଯିବା ଉଚିତ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!