Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହତ୍ୟା ଅଭିଯୁକ୍ତକୁ କୋର୍ଟ ଚାଲାଣ

by ସଞ୍ଜୟ ସ୍ୱାଇଁ
June 18, 2021
in Feature News
ବ୍ରାଉନ୍ ସୁଗାର ଜବତ: ବ୍ୟବସାୟୀ ଗିରଫ୍
318
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ବ୍ଲକ ବେଣାଗାଡିଆ ପଞ୍ଚାୟତ ଅଧିନ କାଦୁଆ ଗ୍ରାମର ରମେଶ ମଲ୍ଲିକ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ପ୍ରଭାତ ସ୍ଵାଇଁକୁ ଆଜି କୋର୍ଟଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଖଣ୍ଡପଡା ସବଜେଲକୁ ପଠାଇ ଦିଆଯାଇଛି । ଗତ ମଙ୍ଗଳବାର କାଦୁଆ ଗ୍ରାମର ପଞ୍ଚାନନ ମଲ୍ଲିକଙ୍କ ବାଡ଼ିରୁ ଅଭିଯୁକ୍ତ ପ୍ରଭାତ ସ୍ଵାଇଁ କଦଳୀ ଚୋରି କରୁଥିବା ବେଳେ ଧରା ପଡ଼ିଥିଲା। ପଞ୍ଚାନନଙ୍କ ଦୁଇ ପୁଅ ଅଭିଯୁକ୍ତର ପିଛା କରୁଥିବା ସମୟରେ ବେଣାଗାଡିଆ ଗାଁ ମୁଣ୍ଡରେ ଲୁଚି ରହିଥିବା ପ୍ରଭାତର ଆକ୍ରମଣରେ ବଡପୁଅ ରମେଶର ମୃତ୍ୟୁ ହୋଇଥିବା ବେଳେ ସାନପୁଅ ବାବୁଲା ଗୁରୁତର ଆହତ ହୋଇଥିଲା। ହତ୍ୟାକାଣ୍ଡ ଘଟାଇବା ପରେ ପ୍ରଭାତ ଭାପୁର ବ୍ଲକ ଅଧୀନ କରବର ଗ୍ରାମରେ ଆଶ୍ରୟ ନେଇଥିଲା। ସ୍ଥାନୀୟ ଲୋକେ ତାକୁ କାବୁ କରିନେବା ସହିତ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଘଟଣା ସମ୍ପର୍କରେ ଖବରପାଇ ଫତେଗଡ଼ ପୁଲିସ ତାକୁ ଉଦ୍ଧାର କରିବା ସହିତ ଖଣ୍ଡପଡ଼ା ପୁଲିସ ଜିମା ଦେଇଥିଲେ। ଗୁରୁତର ଆହତ ପ୍ରଭାତକୁ ପ୍ରଥମେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ବର ସ୍ଥିତ ଏମସ ମେଡିକାଲରେ ଚିକିତ୍ସା କରାଯିବା ପରେ ଆଜି ଅପରାହ୍ନରେ କୋର୍ଟରେ ହାଜର କରାଯାଇଥିଲା।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!