ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପୁଣି ଥରେ ପଦ ବଜାୟ ରଖିଲେ ଜାତିସଂଘର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍ । ସୂଚନାନୁସାରେ, ମିଳିତ ଜାତିସଂଘ ସାଧାରଣ ସଭାରେ ଆଜି ଗୁଟେରସ୍ ଦ୍ୱିତୀୟବାର ଲାଗି ସେକ୍ରେଟାରୀ ଜେନେରାଲ ଭାବେ ମନୋନୀତ ହୋଇଛନ୍ତି । ୧୯୩ଜଣ ସଦସ୍ୟ ବିଶିଷ୍ଟ ବିଶ୍ୱ ସଂଗଠନ ଶୀର୍ଷ ପଦରେ ଗୁଟେରସଙ୍କୁ ଆଉ ୫ବର୍ଷ ସମୟ ଦେଇଛନ୍ତି । ଆସେମ୍ବ୍ଲି ସଭାପତି ଭୋଲକାନ ବୋଜକରି ଗୁଟେରସଙ୍କ ପିନଃ ନିର୍ବାଚନ ଘୋହଣାକୁ ଉପସ୍ଥିତ ରାଷ୍ଟ୍ରଦୂତମାନେ ସ୍ୱାଗତ କରିଥିଲେ । ୟୁଏନ ଚାର୍ଟର ଅନୁସାରେ, ମହାସଭା ସୁରକ୍ଷା ପରିଷଦଙ୍କ ସୁପାରିଶରେ ଜେନେରାଲ ସେକ୍ରେଟାରୀଙ୍କ ମନୋନୟନ ହୋଇଥିଲେ । ସେହି ଅନୁସାରେ ଗୁଟେରସ୍ ପୁଣି ୫ବର୍ଷ ଲାଗି ଜାତିସଂଘଙ୍କ ଶୀର୍ଷ ପଦବୀରେ ଅବସ୍ଥାପିତ ରହିବେ । ଗୁଟେରସଙ୍କ କାର୍ଯ୍ୟକାଳ ଜାତିସଂଘରୁ ଡିସେମ୍ବର ୩୧ରେ ଶେଷ ହୋଇଥିଲା । ପୂର୍ବରୁ ସେ ଆଉ ୫ବର୍ଷ କାର୍ଯ୍ୟକରିବାକୁ ଆଗ୍ରହୀ ବୋଲି ଜାତିସଂଘକୁ ଜଣାଇଥିଲେ । ୨୦୧୫ ରିଜଲ୍ୟୁସନ ଅନୁସାରେ ଗୁଟେରସଙ୍କୁ ଦ୍ୱିତୀୟବାର ଜାତିସଂଘର ସେକ୍ରେଟାରୀ ଜେନେରାଲ ଭାବେ ନିଯୁକ୍ତ କରାଯାଇଛି ।





