Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ: ବିଜେପିରେ ମିଶିବେ !

by ସଞ୍ଜୟ ସ୍ୱାଇଁ
June 18, 2021
in State
କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ: ବିଜେପିରେ ମିଶିବେ !
352
VIEWS
Share on FacebookShare on Twitter

ଆସାମ, (ବାଘୁଆବାର୍ତ୍ତା): କଂଗ୍ରେସକୁ ଲାଗିଛି ବଡ଼ ଝଟକା । କଂଗ୍ରେସ ଦଳରୁ ଚାରି ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଧାୟକ ରୂପଜ୍ୟୋତି କୁର୍ମୀ କଂଗ୍ରେସ ଦଳକୁ ଇସ୍ତଫା ଦେଇଛନ୍ତି । ପଞ୍ଜାବ, ରାଜସ୍ଥାନରୁ ନେଇ ମୁମ୍ବାଇ ପର୍ଯ୍ୟନ୍ତ ଲାଗି ରଗିଥିବା କଳହର ସମ୍ମୁଖୀନ ହୋଇ କଂଗ୍ରେସକୁ ଆଉ ଏକ ଝଟକା ଦେଇଛନ୍ତି ଆସାମ ବିଧାୟକ ରୂପଜ୍ୟୋତି କୁର୍ମୀ । ଆସାମ ବିଧାୟକ କୁର୍ମୀ କଂଗ୍ରେସର ହାଇକମାଣ୍ଡଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିବା ସହ ଦଳରୁ ଇସ୍ତଫା ଦେଇଛନ୍ତି । ରୁପଜ୍ୟୋତି କୁର୍ମି ଜୋରହାଟ ଜିଲ୍ଲା ମାରିୟାନି ଆସନରୁ ଲଗାତର ଭାବେ ୪ଥର ବିଧାୟକ ଭାବେ ବିଜୟୀ ହୋଇଥିଲେ । ୪ର୍ଥ ପାଳି ବିଜୟର ଦେଢମାସ ପରେ ସେ ବାଚସ୍ପତି ବିଶ୍ୱଜିତ୍ ଦୈମାରିଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଏହି ସମୟରେ କୁର୍ମୀଙ୍କ ସହିତ ଦୁଇ ବିଜେପି ବିଧାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପୀୟୁଷ ହଜାରିକା ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ସର୍ମାଙ୍କ ରାଜନୈତିକ ସଚିବ ଜୟନ୍ତ ମଲା ବାରୁଆ ଉପସ୍ଥିତ ଥିଲେ । ବିଜେପିର ସମସ୍ତ ନେତା ତାଙ୍କ ସହିତ ଆଲୋଚନା କରିଥିବା ବେଳେ ଆସନ୍ତା ସପ୍ତାହରେ ଆସାମ ବିଧାୟକ କୁର୍ମୀ ବିଜେପି ଦଳରେ ଯୋଗ ଦେବେ ବୋଲି ବିଶେଷ ସୁତ୍ରରୁ ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!